Odisha Link
Bridging the Missing Links in Odisha

ବିଜେଡି ପାଇଁ ପ୍ରଚାର କରିବେ ଅଶୋକ

ବିଜେପୁର: ବିଜେପୁର ଉପନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରିବେ ବିଜେପି ଛାଡିଥିବା ନେତା ଅଶୋକ ପାଣିଗ୍ରାହୀ। ଏନେଇ ଖୋଦ ଅଶୋକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସେ ବିଜେପୁର ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। କର୍ମୀଙ୍କ ମତାମତ ନେବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଅଶୋକ।

ଏଥିସହିତ ବିଜେପୁର ବିକାଶ ପାଇଁ ବିଜେଡିକୁ ସମର୍ଥନ କରୁଛି ବୋଲି ଅଶୋକ ପାଣିଗ୍ରାହୀ କହିଛନ୍ତି। ସୂଚନାଥାଉକି, ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ବିଜେପିର ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ।୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ଅଶୋକ ପାଣିଗ୍ରାହୀ । ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ । ତେବେ ଦଳ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପରେ ସେ ଅସନ୍ତୁଷ୍ଟ ହୋଇଥିଲେ । ଦଳର ନିଷ୍ପତ୍ତିକୁ ବିରୋଧ କରି ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

Comments are closed.