Odisha Link
Bridging the Missing Links in Odisha

ଗୀତ ଗାଇଲେ ବିଜେଡି ନେତା, ଦେଖନ୍ତୁ ଭିଡିଓ

ତିର୍ତୋଲ: ସାରା ରାଜ୍ୟରେ ଏବେ ବିଜେପୁର ଉପନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏଥିପାଇଁ ତିନି ପ୍ରମୁଖ ରାଜନୈିତିକ ଦଳ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ବିଜେଡି ନେତା ଗୀତ ଗାଇବା ଏବେ ଆଉ ଏକ ଚର୍ଚ୍ଚା ହୋଇଛି।

ବିଜେଡି ନେତା ଗୀତ ଗାଇବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତୋଲ ନିର୍ବାଚନମଣ୍ଡଳୀରେ। ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଳକ ସ୍ଥିତ କୁମାର ଉତ୍ସବ ସମିତି ଆନୁକୂଲ୍ୟରେ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଳସମ୍ପଦ,ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇଥିଲେ ।ତିର୍ତୋଲ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲିକ ଏବଂ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଉପସ୍ଥିତ ଥିଲେ।

ସଭାଶେଷ ହେଲାପରେ ସ୍ଥାନୀୟ ଲୋକଙ୍କ ଅନୁରାଧ ରକ୍ଷକାରି ବିଜେଡି ନେତା ଗୀତ ଗାଇଥିଲେ। ଓଡ଼ିଆଗୀତ ଯାରେ ଭାସି ଭାସି ଯା ନୌକା ମୋର ଭାସି ଯା ଗୀତ ଗାଇଥିଲେ ବିଜେଡିର ତିନି ନେତା। ଯାହାକୁ ଦେଖିବା ପାଇଁ ବେଶ ଭିଡ ଜମିଥିଲା l ରାଜ୍ୟ ତୁଙ୍ଗ ନେତାଙ୍କ ଏକତ୍ର ଗୀତ ଗାଇବାର ଆନନ୍ଦକୁ ଉପଭୋଗ କରିଥିଲେ ବିଧାୟକ ଓ ଦର୍ଶକ।

Comments are closed.