Odisha Link
Bridging the Missing Links in Odisha

ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ହାରକୁ ନେଇ ପ୍ରକାଶ କଲା ରିପୋର୍ଟ

ଓ୍ୱାଶିଂଟନ: ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ହାର ଆକଳନ କରିଛି। ବିଶ୍ବବ୍ୟାଙ୍କ ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି।

ସେହିପରି ୨୦୨୨-୨୩ରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଇଣ୍ଟରନେଶନାଲ ମୋନିଟରିଂ ଫଣ୍ଡ (ଆଇଏମଏଫ୍) ସହ ବୈଠକ କରିବା ପରେ ବିଶ୍ୱବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୯ ଥିଲା।

ବିଶ୍ୱବ୍ୟାଙ୍କ ପୂର୍ବରୁ ମୁଡିଜ ଇନଭେଷ୍ଟର୍ସ ସର୍ଭିସେସ୍ (Moody’s Investors Service) ବି ଭାରତର ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାରକୁ ୬.୨ରୁ ହ୍ରାସ କରି ୫.୮ ପ୍ରତିଶତ ରଖିଥିଲା। ମୁଡିଜ୍ ରିପୋର୍ଟ ଅନୁଯାୟୀ, ଭାରତର ଚଳିତ ଆର୍ଥିକ ବର୍ଷ ମାନ୍ଦା ରହିବ। ହେଲେ ଏହାପରେ ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ। ଏହାପରେ ଦେଶର ଅଭିବୃଦ୍ଧି ହାର ବଢ଼ିବ।

Comments are closed.