Odisha Link
Bridging the Missing Links in Odisha

ଅଯୋଧ୍ୟାରେ ଲାଗିଲା ୧୪୪ ଧାରା

ନୂଆଦିଲ୍ଲୀ: ଅଯୋଧ୍ୟାରେ ୧୪୪ ଧାରା ଲାଗୁ। ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବାକୁ ଆଉ ଅଳ୍ପ ଦିନ ଥିବାବେଳେ ଏହା ପୂର୍ବରୁ ଆଜିଠାରୁ ୧୪୪ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍‌। ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦକୁ ନେଇ ଏହି ଶୁଣାଣି ହେବ। ଏହି କଟକଣା ୧୦ ଡିସେମ୍ବର ଯାଏ ଲାଗୁହେବ। ଜିଲ୍ଲା ପ୍ରଶାସନ ଏହି ସମୟରେ ଆଲର୍ଟ ରହିବାକୁ କୁହାଯାଇଛି।

ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଗଷ୍ଟ ୬ରୁ ସବୁଦିନ ଶୁଣାଣି କରିବେ ବୋଲି ପୂର୍ବରୁ କହିଥିଲେ। ଏନେଇ ମଧ୍ୟସ୍ଥତାର ପ୍ରୟାସ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା।

Comments are closed.