Odisha Link
Bridging the Missing Links in Odisha

ଦେବଦୂତ ସାଜିଲେ ବାଲେଶ୍ବର ଏସପି

ବାଲେଶ୍ବର: ମାନବିକତାର ହାତ ବଢାଇଲେ ବାଲେଶ୍ବର ଏସ ପି ବି ଯୁଗଳ କିଶୋର। କର୍ତ୍ତବ୍ୟକୁ ପଛରେ ପକାଇ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସାହାଯ୍ୟର ହାତ ବଢାଇଲେ।ଦୁର୍ଘଟଣାରେ ବାପ ଝିଅ ଗୁରୁତର ଅବସ୍ଥାରେ ରାଜ ପଥରେ କଷ୍ଟରେ ଛଟପଟ ହେଉଥିବାବେଳେ ବାଲେଶ୍ବର ଏସ.ପି ଦେବଦୂତ ସାଜି ନିଜ ଗାଡିରେ ଡାକ୍ତରଖାନାକୁ ଆଣି ଜୀବନ ବଞ୍ଚାଇଥିବା ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ ବାଲେଶ୍ବର ଜିଲା ସୋର ଥାନା ତୁଡିଗଡିଆ ଅଚ୍ୟୁତିପୁର ଗ୍ରାମର କୈଳାଶ ଚନ୍ଦ୍ର ସାହୁ ଓ ତାଙ୍କ ଝିଅଙ୍କୁ କଲେଜରେ ଆଡମିଶନ କରିବାପାଇଁ ନେଇଯାଉଥିବାବେଳେ ଜାତୀୟ ରାଜପଥ ବେଗୁନିଆଠାରେ ଏକ ଅଜଣା ଗାଡି ଦୁର୍ଘଟଣାରେ ଉଭୟ ବାପ ଝିଅ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ବାଲେଶ୍ବର ଏସପି ବି. ଜୁଗଳ କିଶୋର ସେହି ବାଟ ଦେଇ ଔପଦାରେ ଏକ ଜଣ ଶୁଣାଣୀ ଶିବିରରେ ଯୋଗଦେବାକୁ ଯାଉଥିବାବେଳେ ବାପ ଝିଅଙ୍କୁ ଆହତ ଅବସ୍ଥାରେ ଦେଖି ଥିଲେ । ସଙ୍ଗେ ସଙ୍ଗେ ଏସପି ସୋର ଡାକ୍ତରଖାନାକୁ ନେଇ ଆସି ଚିକିତ୍ସା କରାଇଥିଲେ। ଯାହା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.