Odisha Link
Bridging the Missing Links in Odisha

ଗୋପାଳପୁର ବନ୍ଦରରେ ଲାଗିଲା ବୃହତ୍‍ କେପ୍‍ ସାଇଜ୍‍ ଜାହାଜ

ଗୋପାଳପୁର: ୧୦୫,୦୦୦ ଟନର୍‍ ଚୁନପଥର ବୋଝେଇ ପ୍ରଥମ ବୃହତ୍‍ (କେପ୍‍ ସାଇଜ୍‍) ଜାହାଜ ଅକ୍ଟୋବର ୧୨ ତାରିଖରେ ଗୋପାଳପୁର ବନ୍ଦରରେ ପହଞ୍ଚିଛି। କେପ୍‍ ସାଇଜ୍‍ ଜାହାଜ ପାଇଁ ସୁବିଧା ଥିବା ଭାରତର ଅଳ୍ପ କେତେକ ବନ୍ଦର ମଧ୍ୟରେ ଗୋପାଳପୁର ସ୍ଥାନ ପାଇ ପାରିଛି। ଗୋପାଳପୁର ବନ୍ଦରର ଏକ ପ୍ରମୁଖ ଉପଭୋକ୍ତା ଜେଏସ୍‍ପିଏଲ୍‍ ମଧ୍ୟ ପ୍ରାଚ୍ୟରୁ ଏସାର୍‍ ସିପିଙ୍ଗ୍‍ ମାଲିକାନାରେ ଏକ ଜାହାଜରେ ଆସିଥିବା ୧୦୫,୦୦୦ ଟନ୍‍ ଷ୍ଟିଲ୍‍ ଗ୍ରେଡ୍‍ ଚୁନପଥର ଆମଦାନି କରିଛି।

ଗୋପାଳପୁର ବନ୍ଦର ଏବେ ଅନ୍ୟାନ୍ୟ ଆବଶ୍ୟକତା ସମେତ ବୃହତ୍‍ ଜାହାଜ ଧାରଣା କ୍ଷମତା ଉପଯୋଗୀ ହେବା ଲାଗି ଏହାର ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇ ଡ୍ରେଜିଂ କାମ କରାଯାଉଛି। ଡ୍ରେଜିଂ କାମ ସମ୍ପଣ୍ଣୂ ର୍ହେଲେ ଏହି ବନ୍ଦର ଆଧନୁକି ତଥା ବହୃତ ଜାହାଜ ଧାରଣ କରପିାରବିା, ଯାହାକି ଏହାର ଉପେଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବ। ‘୨୦୧୯ ଅକ୍ଟୋବର ୧୨ ତାରିଖରେ ୧୦୫,୦୦୦ ଟନ୍‍ର ମାଲ୍‍ ଥିବା ଜାହାଜ ଆସିବା ସଫଳତାର ସହ ଏଠାରେ ରହିବା ଆମ ପାଇଁ ଗର୍ବର ବିଷୟ। ଖୁବ୍‍ କମ୍‍ ସମୟରେ ସାପ୍ରୋଜି ପାଲୋନ୍‍ଜି ଗ୍ରୁପ୍‍ ଗୋପାଳପୁର ବନ୍ଦରକୁ ଏକ ବିଶ୍ୱସ୍ତରୀୟ ବନ୍ଦର କରାଇବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି’ ବୋଲି ସାପ୍ରୋଜି ପାଲୋନ୍‍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃର ପରିଚାଳନା ନିର୍ଦେଶକ ଅମିତ ସାବୁ ପ୍ରକାଶ କରିଛନ୍ତି।

Comments are closed.