Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲିଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍

କେନ୍ଦ୍ରାପଡା: ମୋ ସରକାର ଯୋଜନା ଆରମ୍ଭ ହେବା ପରଠୁ ଜିଲ୍ଲାକୁ ଜିଲ୍ଲା ବୁଲି ଭିକେ ପାଣ୍ଡିଆନ ଯୋଜନାର ଅନୁଧ୍ୟାନ କରୁଛନ୍ତି। ମୋ ସରକାର କାର୍ଯ୍ୟକାରିତା ତଦାରଖ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଂଚିଛନ୍ତି ପାଣ୍ଡିଆନ। ସ୍ୱାସ୍ଥ୍ୟ ସେବା ନେଇ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି। ଏହାସହ ମେଡିକାଲର ଅସୁବିଧା ସଂପର୍କରେ ଡାକ୍ତର ଓ କର୍ମଚାରୀଙ୍କ ଠାରୁ ପଚାରୁ ବୁଝିଛନ୍ତି ଫାଇଭ୍ ଟି ସଚିବ।
ଅନ୍ୟପକ୍ଷରେ ଆସନ୍ତା ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ପଞ୍ଚାୟତିରାଜ ଦିବସ ମଧ୍ୟରେ କେନ୍ଦ୍ରାପଡ଼ାର ଇଚ୍ଛାପୁର ଠାରେ ନିର୍ମାଣ ହେଉଥିବା ନୁଆ ଜିଲ୍ଲା ହସ୍ପିଟାଲ୍ ବିଲଡିଂର ଗୋଟିଏ ବ୍ଲକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଡାକ୍ତରଖାନାର ଭିତ୍ତିଭୂମୀକୁ ସୁଦୃଢ଼ କରିବା ପାଇଁ ଆଶ୍ୟକ ହେଉଥିବା ସମସ୍ତ ଜିନିଷ ବିଷୟରେ ଜଣାଇବାକୁ କହିଛନ୍ତି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ତେବେ ଫାଇଭ୍ ଟି ସଚିବଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମିଶନ ଶକ୍ତି ନିର୍ଦ୍ଦେଶିକା, ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ମେଡିକାଲ୍ କର୍ତ୍ତୁପକ୍ଷଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି। ତେବେ ଗତ ୫ରୁ ୬ ଦିନ ମଧ୍ୟରେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍ ଟି’ ସଚିବ ପାଣ୍ଡିଆନ୍। ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ। ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି। ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ।

Comments are closed.