Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ଗାଇସିଲେଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିମଳଜନିତ ଅବ୍ୟବସ୍ଥା, ପାନୀୟ ଜଳର ଅଭାବ ଓ ଆବଶ୍ୟକତା ଅନୁଯାୟୀ ଡାକ୍ତର ନଥିବା ଭଳି ଅଭିଯୋଗ ସରକାରଙ୍କ ଦୃଷ୍ଟିକୁ ଆସିଛି ।ଏ ସଂପର୍କରେ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.