Odisha Link
Bridging the Missing Links in Odisha

ନୟାଗଡ଼ ଗଡ଼ିଲା ଏକ୍ସପ୍ରେସ୍: ରେଳ ପରିବହନ ଓ ଯାତ୍ରୀ ଯିବା ଆସିବା ହେବ ସୁଗମ-ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାରେ ରେଳର ବିକାଶକୁ ସର୍ବଦା ପ୍ରଧାନ୍ୟ ଦେଇ ଆସୁଛନ୍ତି। ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ଗଡଜାତ ନୟାଗଡ ମଧ୍ୟରେ ରେଳ ଯୋଗାଯୋଗ ଓ ଯାତ୍ରୀ ଯିବା ଆସିବାକୁ ସୁଗମ କରିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଭାର ନେବା ପରେ ଓଡିଶା ଭଳି ରାଜ୍ୟକୁ ଅଧିକ ପ୍ରଧାନ୍ୟ ଦିଆଯାଇଛି। ପୂର୍ବରୁ ଓଡିଶାକୁ ରେଳ ବଜେଟ୍ ପାଇଁ ୧ ହଜାର କୋଟି ଟଙ୍କା ଦାବୀ କରିବାକୁ ପଡୁଥିଲା। ମାତ୍ର ଗତ ୬ ବର୍ଷରେ ମୋଦିଙ୍କ ସରକାରରେ ମୋଟ ସାଢେ ୬ ହଜାର କୋଟିରୁ ୭ ହଜାର କୋଟି ଟଙ୍କା ରେଳ ଅନୁଦାନ ଓଡିଶାକୁ ଦିଆଯାଇଛି। ବିଗତ ଦିନ ମାନଙ୍କରେ ଓଡିଶାର ବିକାଶ ପାଇଁ ରେଳ ବିଭାଗ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ରେଳ ସଂଯୋଗକୁ ସୁନିଶ୍ଚିତ କରିବାରେ ‘ସେବା ସର୍ଭିସ୍ ଟ୍ରେନ୍ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଯାହା ଓଡିଶାରେ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ ଓ ଯାତାୟତକୁ ସୁଗମ କରିବ। ଏହି ରେଳ ସଂଯୋଗ ଓଡିଶାର ସାଧାରଣ ଲୋକ ତଥା ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଏବଂ ବୋଲଗଡର ଯାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ।

ଉଲ୍ଲେଖନୀୟ ଯେ, ଏହି ସେବା ସର୍ଭିସ୍ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.