Odisha Link
Bridging the Missing Links in Odisha

ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ସେଲ୍‌ଫି

ପୁରୀ: ଜଣେ ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇ ପୁଲିସ ଅଧିକାରୀ ବଦଳି ହୋଇଥିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ମୁନା ଓରଫ ରାଧାମୋହନ ବିଶ୍ବାଳ ନାମକ ଜଣେ ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇଥିଲେ।
ବୁଲୁ ମୁଣ୍ଡା ମୁନାଙ୍କୁ ଗିରଫ କରି ନିମାପଡ଼ା ଥାନାକୁ ଆଣୁଥିବା ବେଳେ ସେ ଅଭିଯୁକ୍ତଙ୍କ ସହ ସେଲ୍‌ଫି ନେଇଥିବା ଜଣାଯାଇଛି। ତାଙ୍କର ଏହି ସେଲଫି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ପୁଲିସ ବିଭାଗର ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବୁଲୁ ମୁଣ୍ଡା ମୁନାଙ୍କୁ ଗିରଫ କରି ଥାନାକୁ ଆଣୁଥିବା ବେଳେ ସେଲ୍‌ଫି ନେଇଥିବା ଖବର ପାଇବାମାତ୍ରେ ପୁରୀ ଏସପି ତତକ୍ଷଣାତ୍ ବୁଲୁ ମୁଣ୍ଡାଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବୁଲୁ ମୁଣ୍ଡାଙ୍କୁ ସାମୁଦ୍ରିକ ଥାନାରୁ ପୁରୀ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

Comments are closed.