ମୁଖ୍ୟମନ୍ତ୍ରୀଙ୍କ ଗାଇସିଲଟ୍ ବ୍ଲକରେ ରୋଡ ସୋ’, ରୀତା ସାହୁଙ୍କ ପାଇଁ କଲେ ପ୍ରଚାର

ବିଜେପୁର: ବିଜେପୁର ପାଲଟିଛି ନେତାପୁର। ବିଜେପୁରରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର। ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦ୍ୱିତୀୟ ଦିନରେ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗାଇସିଲଟ ବ୍ଲକ, କେନ୍ଦୁଭଟା ଛକ, ଗୌରିମୁଣ୍ଡା ଛକ, ଗାଇସିଲଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଦଲପାଟ, ଭଂଗାମୁଣ୍ଡା, ଡାଙ୍ଗବାହାଲ, ସରଧାପାଲି, କରଞ୍ଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁନ୍ଦେରପାଲି ପର୍ଯ୍ୟନ୍ତ ରୋଡ୍ ସୋ କରିଛନ୍ତି।
ହାଇଟେକ ବସରେ ବୁଲି ପ୍ରଚାର କରିବା ସହ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ନିବେଦନ କରୁଛନ୍ତି। ଗତକାଲି ବିଜେପୁରରେ ପ୍ରଚାର କରିଥିଲେ ନବୀନ। ଆଜି ପ୍ରଚାର ସାରି ଭୁବନେଶ୍ୱର ଫେରି ଆସିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାର ଭିତରେ ବିଜେପୁରରେ ଡେରା ପକାଇଛନ୍ତି ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ।
Comments are closed.