ବିଜେପୁରର ସମସ୍ୟା ନେଇ ଏମିତି କହିଲେ ରୀତା ସାହୁ

ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା କାଲି ହେଉଛି ନିର୍ବାଚନୀ ପ୍ରଚାରର ଶେଷ ଦିନ। ଏଥିପାଇଁ ବିଜେପୁରରେ ଜମିଛି ଛାମୁଆ ନେତାଙ୍କ ଭିଡ଼। ତିନି ପ୍ରମୁଖ ଦଳର ହେଭିଓ୍ବେଟ ବିଜେପୁରରେ ଚଲାଇଛନ୍ତି ନିର୍ବାଚନ ପ୍ରଚାର। ତିନି ଦଳ ମଧ୍ୟରେ ବୟାନବାଜି ମଧ୍ୟ ହେଉଛି। ହେଲେ ବିଜେପୁର ସମସ୍ୟାକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ।
ସେ ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି ଯେ, ବିଜେପୁରରେ କୌଣସି ପ୍ରକାର ସମସ୍ୟା ନାହିଁ। ବିଜେପୁର ପାଇଁ ବହୁତ କିଛି କାମ ହୋଇଛି। ଲୋକଙ୍କର ତ ସବୁବେଳେ ସମସ୍ୟା ଥାଏ। ହେଲେ ବିଜେପୁରରେ ସେମିତି କିଛି ବେଶି ସମସ୍ୟା ନାହିଁ ବୋଲି ବିଜେଡି ପ୍ରାର୍ଥୀ ରୀତା ସାହୁ କହିଛନ୍ତି।
ଏଥିସହିତ ରାସ୍ତା ତ ବାରମ୍ବାର ହେଉଥାଏ, ପୁଣି ଆଗକୁ ହେବ। ଆମେ ଯାହା ପ୍ରତିଶୃତି ଦେଇଥିଲୁ ସେ ମଧ୍ୟରୁ ବହୁତ ପୂରଣ କରିଛୁ। ଖାଲି ଯାହା ଗଙ୍ଗାଧର ପ୍ରକଳ୍ପ ପ୍ରୋସସରେ ଅଛି ତାହା ମଧ୍ୟ ଖୁବ୍ ଶ୍ରୀଘ୍ର ହେବ ବୋଲି କହିଛନ୍ତି ରୀତା ସାହୁ।
Comments are closed.