ବିଜୟର ରହସ୍ୟ ବିଜେପୁରବାସୀ ଜଣାଇବେ: ରୀତା

ଭୁବନେଶ୍ବର: ବହୁଚର୍ଚ୍ଚିତ ବିଜେପୁର ଉପନିର୍ବାଚନରେ ଆଜି ବିଜେଡିର ରୀତା ସାହୁ ବିପୁଳ ଭୋଟ୍ରେ ଜିତି ଓଡ଼ିଶା ରାଜନୈତକ ଇତିହାସରେ ଏକ ବିରଳ ରେକର୍ଡ଼ ସ୍ଥାପନ କରିଛନ୍ତି। ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭, ୯୯୦ ଭୋଟ ବ୍ୟବଧାନରେ ହରାଇ ବିଜେପୁର ବାଜି ମାରିନେଇଛନ୍ତି ରୀତା ସାହୁ।
ଏ ସମ୍ପର୍କରେ ରୀତା ସାହୁ କହିଛନ୍ତି ଯେ, ବିଜୟ ସୁନିଶ୍ଚିତ ଥିଲା। ହ୍ୟାଟ୍ରିକ୍ ବିଜୟ ମଧ୍ୟ ଆଶା ଥିଲା। ଆଜି ବିଜେପୁରବାସୀ ଯେଉଁ ବିଜୟର ଉପହାର ଦେଇଛନ୍ତି ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ଏ ବିଜୟର ଶ୍ରେୟ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛି। ତେବେ ସାମ୍ବାଦିକମାନେ ଏହି ବିପୁଳ ବିଜୟର ରାଜ ପଚାରିବାରୁ ରୀତା ଏହାର ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ଏହି ବିଜୟର ରାଜ ମୋର ବିଜେପୁରବାସୀ ଜଣାଇବେ ବୋଲି ରୀତା ସାହୁ କହିଛନ୍ତି। ବିଜେପୁରର ବିକାଶର ଧାରା ଆଗେଇ ନେବୁ ବୋଲି ରୀତା କହିଛନ୍ତି।