Odisha Link
Bridging the Missing Links in Odisha

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ନଭେମ୍ବର ୧ରୁ ପର୍ଯ୍ୟଟକ ଙ୍କ ଲାଗି ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ ର ଫାଟକ। ଏ ନେଇ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଦୈନିକ ବାରିପଦା ରୁ ପିଠାବଟା ଗେଟ୍ ଦେଇ ପ୍ରଥମେ ଆସିଥିବା ୨୫ଟି ୪ ଚକିଆ ଗାଡି ଓ ଯଶିପୁର ରୁ କାଳିଆଣି ଗେଟ୍ ଦେଇ ପ୍ରଥମେ ଆସିଥିବା ୩୫ ଟି ଗାଡିକୁ ଭିତରକୁ ପ୍ରବେଶ କରି ପାରିବେ।
ପ୍ରବେଶ ପାଇଁ ଅନୁମତି ପତ୍ର କେବଳ ଏହି ଦୁଇଟି ଗେଟ୍ ରୁ ପ୍ରତ୍ୟହ ସକାଳ ୬ ଟା ରୁ ଦିନ ୯ଟା ପର୍ଯ୍ୟନ୍ତ ମିଳିପାରିବ। ପର୍ଯ୍ୟଟକ ମାନେ ଫେରିବା ବେଳେ ସନ୍ଧ୍ୟା ୫ଟା ପୂର୍ବରୁ ପର୍ଯ୍ୟଟନ ସ୍ଥଳ ଓ ୬ଟା ଶୁଦ୍ଧା ଗେଟ୍ ଛାଡିବାକୁ ପଡିବ। ପ୍ରତ୍ୟେକ ଗାଡି ସହିତ ଜଣେ ଗାଇଡ୍ ନେବା ବାଧ୍ୟତା ମୂଳକ ହେବ। ଏସ୍.ଟି.ଆର ର କୁମାରୀ, ଗୁଡୁଗୁଡିଆ, ରାମତୀର୍ଥ, ବରେହୀପାଣି, ଓ ଜାମୁଆଣୀ ରେ ଥିବା ଯାତ୍ରୀ ନିବାସ ଲାଗି ପର୍ଯ୍ୟଟକମାନେ ଏହାର ଓ୍ୱେବ୍ ସାଇଟ୍ www.ecotourodisha.com ରୁ ସଂରକ୍ଷଣ କରି ପାରିବେ।

Comments are closed.