Odisha Link
Bridging the Missing Links in Odisha

ରିଲାଏନ୍ସ ଜୁଏଲସର ରାଜକୀୟ “ଅତୁଲ୍ୟ’ ଗହଣା ସମ୍ଭାର ଉନ୍ମୋଚିତ

ଭୁବନେଶ୍ୱର: ଏହି ଉତ୍ସବ ଋତୁରେ ରିଲାଏନ୍ସ ଜୁଏଲସ ଅତୁଲ୍ୟ ଗହଣା ସମ୍ଭାର ସହିତ ଗ୍ରାହକମାନଙ୍କ ପାଇଁ ରାଜକୀୟ ଅନୁଭବ ସୁଯୋଗ ଆଣିଦେଇଛି । ମୋଗଲ ଶାସନ ସମୟ ଏବଂ ରାଜସ୍ଥାନର ରାଜପ୍ରସାଦ ଆଦିରୁ ଅନୁପ୍ରାଣିତ ହୋଇ ନୂଆ ଗହଣା ସମ୍ଭାର “ଅତୁଲ୍ୟ’କୁ ପ୍ରସ୍ତୁତ କରାଯାଇଛି ଯାହା ଏହି ଉତ୍ସବ ସମୟକୁ ଆଲୋକିତ କରିବାର ପ୍ରତିଶ୍ରୁତି ପ୍ରଦାନ କରୁଛି । ହାତ ତିଆରି ଅତୁଲ୍ୟ ଗହଣା ସମ୍ଭାରକୁ ଏହି ଉତ୍ସବ ଋତୁ ଲାଗି ସ୍ୱତବ ଭାବେ ପ୍ରସ୍ତୁତ କରାଯାଇଛି । ଏହି ଗହଣା ସମ୍ଭାରରେ ରହିଛି ଆଂଟିକ ଓ କଲକାଟି ଫିନିସର ୨୨ କ୍ୟାରେଟ ସୁନାର ଷ୍ଟେଟମେଂଟ ନେକ୍‌ଲେସ୍ ସମେତ ୧୮ କ୍ୟାରେଟ ସୁନା ଓ ହୀରା ଖଚିତ ସେଟ୍‌ ସମୂହ । ଅତୁଲ୍ୟ ସମ୍ଭାରରେ ରହିଛି ଚୋକର୍ସ, କ୍ଷୁଦ୍ର ଓ ଲମ୍ବା ଷ୍ଟାଇଲର ନେକଲେସ ଏବଂ ଅନ୍ୟାନ୍ୟ ଷ୍ଟାଇଲ ଯାହାକୁ ଚୟନ କରାଯାଇପାରିବ ଏବଂ ସେଗୁଡ଼ିକୁ ନିତିଦିନ ଓ ବିଭିନ୍ନ ପ୍ରକାର ଉତ୍ସବ ସମୟରେ ପରିଧାନ କରିହେବ । ଅତୁଲ୍ୟ ଗହଣା ସମ୍ଭାର ଭାରତର ସବୁଠୁ ଅନ୍ୟତମ ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିରୁ ସମୃଦ୍ଧ ରାଜ୍ୟ-ରାଜସ୍ଥାନରୁ ପ୍ରେରଣା ହାସଲ କରିଛି । ଅତୁଲ୍ୟର ପ୍ରତିଟି ଗହଣାରେ ରାଜସ୍ଥାନର ରାଜପ୍ରାସାଦ ଏବଂ ବ୍ଲକ ପ୍ରିଂଟିଂର ସୁନ୍ଦର ପ୍ରତିଫଳନ ରହିଛି । ଏହି ସମ୍ଭାର ରଙ୍ଗିନ ପଥର ଏବଂ କୁନ୍ଦନ ସହିତ ଡିଜାଇନ ଓ କାରିଗରୀ ଦୃଷ୍ଟିରୁ ରାଜସ୍ଥାନର ରାଜକୀୟ ଶୈଳୀ ଏବଂ ସୌନ୍ଦର୍ଯ୍ୟକୁ ଅତି ସୁନ୍ଦର ଭାବେ ପ୍ରତିଫଳିତ କରୁଛି । ପ୍ରତି ଗହଣା ହେଉଛି ଅସଲି ଭାରତୀୟ ଐତିହ୍ୟର ଉଦାହରଣ ଯାହା ଯେକୌଣସି ପାରମ୍ପରିକ (ଏଥ୍‌ନିକ୍‌) ପୋଷାକ ସହିତ ବେଶ ଖାପଖାଇବ । ଏହି ଦୀପାବଳିରେ ରିଲାଏନ୍ସ ଜୁଏଲସର ଗ୍ରାହକମାନେ ସ୍ୱତବ ଅଫରରେ ସୁନା ଗହଣା ଗଢ଼ା ମୂଲ୍ୟ ଉପରେ ଫ୍ଲାଟ ୨୫% ରିହାତି, ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ସୁନା କଏନ ଗଢ଼ା ମୂଲ୍ୟ ଉପରେ ଫ୍ଲାଟ ୨୫% ରିହାତି ଅଫର ପାଇବେ । ଏଥି ସହିତ ୨୦୧୯ ଅକ୍ଟୋବର ୩୧ ପର୍ଯ୍ୟନ୍ତ ରେ ସୁନା ଗହଣାର ଗଢ଼ା ମୂଲ୍ୟ ଏବଂ ଲକ୍ଷ୍ୟ ଟଙ୍କାରୁ ଅଧିକ ମୂଲ୍ୟର ହୀରା ଗହଣା କ୍ରୟ ଉପରେ ଅତିରିକ୍ତ ୫% ରିହାତି ମିଳିବ ।

ଏହି ଅଫରର ଶୁଭାରମ୍ଭ ସଂପର୍କରେ ରିଲାଏନ୍ସର ପ୍ରବକ୍ତା କହିଛନ୍ତି ଯେ,”ଭାରତରେ ଦୀପାବଳି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସବ । ଉତ୍ସବ ଋତୁ ସହିତ ସପିଙ୍ଗ ଋତୁ ଆସିଥାଏ ଏବଂ ରିଲାଏନ୍ସ ଜୁଏଲସରେ ଆମେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ନୂଆ ଲୁକ ପ୍ରଦାନ କରିବାକୁ ଚାହୁଁ । ଏହି ଗହଣା ସମ୍ଭାରରେ ଆମେ ଶୁଦ୍ଧ ସୁନା ଏବଂ ହୀରା ସମେତ କଲର ଷ୍ଟୋନ (ରଙ୍ଗିନ ପଥର) ଏବଂ ସୁନାରେ କୁନ୍ଦନ ସେଟ ସହିତ ଚୟନ ପାଇଁ ଗ୍ରାହକଙ୍କୁ ସ୍ୱତବ ଡିଜାଇନ ପ୍ରଦାନ କରୁଛୁ । ଏହି ଗହଣା, ପାରମ୍ପରିକ ତଥା ସମସାମୟିକ ହୋଇଥିବା ବେଳେ ସେଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ମହିଳାଙ୍କ ସେନ୍ଦର୍ଯ୍ୟକୁ ବାଇବ ଏବଂ ଏହି ଡିଜାଇନକୁ ଉନ୍ନତ କରିବ ଯାହା ଏହି ଗହଣା ସମ୍ଭାରର ଏକ ଅଂଶ । ରିଲାଏନ୍ସ ଜୁଏଲସର ସମସ୍ତ ସୋ’ରୁମରେ ଅତୁଲ୍ୟ ଗହଣା ସମ୍ଭାର ଏବେ ଉପଲ୨ ହେଉଛି । ରିଲାଏନ୍ସ ଜୁଏଲସ ୯୯ଟି ସହରରେ ୨୦୦ରୁ ଅଧିକ ଷ୍ଟୋର ସହିତ ଉପସ୍ଥିତ ରହିଛି । ଏଥିରେ ଏକ୍ସକ୍ଲୁସିଭ ଆଣ୍ଡ ସପ ଇନ ସପ ଷ୍ଟୋର ଫର୍ମାଟ ମଧ୍ୟ ସାମିଲ ରହିଛି । ଓଡ଼ିଶାରେ ଭୁବନେଶ୍ୱର, କଟକ, ରାଉରକେଲା ଏବଂ ଅନୁଗୁଳ ସହରରେ ରିଲାଏନ୍ସ ଜୁଏଲସ୍ ଷ୍ଟୋର୍ ରହିଛି ।

Comments are closed.