କାନ୍ଥ ପଡି ଜଣେ ମୃତ, ଦୁଇ ଗୁରୁତର

ଜଳେଶ୍ବର: ଲଗାଣ ବର୍ଷା ହେବା ଯୋଗୁଁ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍ ମଧ୍ଯ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି। ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।
ଜଳେଶ୍ବର ରାଇବଣିଆ ଥାନା ଅନ୍ତର୍ଗତ ବହଦୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା। ଲଗାଣ ବର୍ଷାରେ କାନ୍ଥ ପଡି ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଏଭଳି ପରିସ୍ଥିତି ଉପୁଜିଛି। ମୃତକ ହେଲେ ରବୀନ୍ଦ୍ର ବାରିକ। ରାତିରେ ଶୋଇଥିବା ବେଳେ କାନ୍ଥଟି ଭୁଶୁଡି ପଡିଥିବାର ସୂଚନା ମିଳିଛି।