Odisha Link
Bridging the Missing Links in Odisha

ଦୀପିକା ସାଜିଲେ ଦ୍ରୌପଦୀ

ମୁମ୍ବାଇ : ବଲିଉଡର ସଫଳ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ନିଜର ଅଭିନୟରେ ଯାଦୁରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ତାଙ୍କୁ ଦର୍ଶକ ବିଭିନ୍ନ ଚରିତ୍ରରେ ଦେଖି ସାରିଛନ୍ତି । ସଞ୍ଜୟ ଲୀଲା ଭଂଶାଲୀଙ୍କ ସିନେମା ପଦ୍ମବତୀରେ ତାଙ୍କୁ ଏକ ପାରମ୍ପାରିକ ଚରିତ୍ରରେ ଦେଖିବାକୁ ମିଳିଥିଲା । ଦୀପିକାଙ୍କ ଏହି ଅଭିନୟକୁ ଦର୍ଶକମାନେ ଅନେକ ପ୍ରଶଂସା କରିଥିଲେ । ପୁଣିଥରେ ତାଙ୍କୁ ମଧୁ ମଣ୍ଟେନାଙ୍କ ପ୍ରଯୋଜିତ ସିନେମା ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ସିନେମାଟି ୩ଟି ଭାଗରେ ରିଲିଜ୍‌ ହେବ । ପ୍ରଥମ ଭାଗ ୨୦୨୧ ମସିହା ଦୀପାବଳିରେ ପରଦାକୁ ଆସିବ। ମହାଭାରତର ପ୍ରତିଟି ଚରିତ୍ରକୁ ନଜରରେ ରଖି କଳାକାର ଚୟନ କରାଯିବ ବୋଲି ମଧୁ କହିଛନ୍ତି।

Comments are closed.