Odisha Link
Bridging the Missing Links in Odisha

ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ବର: ଗତ ଦୁଇ ଦିନର ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହାକୁ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ପ୍ରବଳ ବର୍ଷାରେ ହୋଇଥିବା କ୍ଷୟ କ୍ଷତିର ଆକଳନ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୪ ତାରିଖ ସୁଦ୍ଧା ସରକାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳକୁ ଯାଇ ରାଜସ୍ୱ, କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ ମିଶି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବେ ବୋଲି ପିକେ ଜେନା ସୁଚନା ଦେଇଛନ୍ତି।
ରାଜ୍ୟରେ ବର୍ଷାରେ କ୍ଷୟକ୍ଷତି ରିର୍ପୋଟ ଦେବାକୁ ଏସଆରସି ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗତ ଦୁଇ ଦିନର ଲଗାଣ ବର୍ଷାରେ କେତେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବହୁ ଲୋକେ ପାଣି ଘେରରେ ରହିଥିବା ବେଳେ କେତେକ ସ୍ଥାନରେ ଘର ବାଡି ସହ ଫସଲ ନଷ୍ଟ ହେବା ନେଇ ଖବର ସାମ୍ନାକୁ ଆସିଥିଲା। ତେଣୁ ସମସ୍ତ ଅଞ୍ଚଳର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିର୍ପୋଟ ନଭେମ୍ବର ୪ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଚିଠି ଲେଖି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତିର ଆକଳନ ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଡିବିଟି ମାଧ୍ୟମରେ ସହାୟତା ଦିଆଯିବ ବୋଲି ଏସଆରସି କହିଛନ୍ତି।

Comments are closed.