ଖଳନାୟକ ଚରିତ୍ରରେ ,ଅକ୍ଷୟ କୁମାର !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାରଙ୍କ ସିନେମା ହାଉସଫୁଲ୪ ରିଲିଜ ହୋଇଯାଇଛି । ଏହି ସିନେମାଟି ବେଶ୍ ପ୍ରଶଂସା ସାଉଁଟିବାରେ ଲାଗିଛି । ଅକ୍ଷୟଙ୍କ ଚରିତ୍ରଟି ବେଶ୍ ଆକର୍ଷଣୀୟ ହୋଇଛି । ସିନେମାଟି ପୂର୍ବ ଜନ୍ମ ଓ ପରଜନ୍ମର କାହାଣୀଙ୍କୁ ନେଇ ତିଆରି ହେଇଛି । ଅକ୍ଷୟଙ୍କୁ ଏବେ ଅନ୍ୟ ସିନେମା ଅର୍ଥାତ ୟଶ୍ରାଜ୍ ବ୍ୟାନର୍ ରେ ଦେଖିବାକୁ ମିଳିବ । ୟଶ୍ରାଜ୍ ବ୍ୟାନର୍ରେ ନିର୍ମିତ ସିନେମା ‘ଧୂମ୍ ବେଶ ଲୋକପ୍ରିୟତା ହାସଲ କରିଥିଲା ଓ ଏବେ ଏହାର ଭାଗ ୪ ପ୍ରସ୍ତୁତ ହେବାକୁ ଯାଉଛି । ସିନେମାରେ ଖଳନାୟକ ଭୂମିକାର ଅଧିକ ଗୁରୁତ୍ବପୂର୍ଣ୍ଣ ଥାଏ । ‘ଧୂମ୍-୩’ରେ ଆମୀର ଖାନ୍ ‘ଧୂମ୍-୨’ରେ ହ୍ରିତିକ୍ ରୋଶନ୍ ଓ ‘ଧୂମ୍’ରେ ଜନ୍ ଆବ୍ରାହମ୍ ନଜର ଆସିଥିଲେ । ବର୍ତ୍ତମାନ ଏହି ଚରିତ୍ରରେ ‘ଖିଲାଡ଼ୀ କୁମାର’ ଅକ୍ଷୟ ନଜର ଆସି ପାରନ୍ତି ।
‘୨.୦’ ସିନେମାରେ ଅକ୍ଷୟଙ୍କ ଭିଲେନ୍ ଅଭିନୟକୁ ଦେଖିବା ପରେ ଆଦିତ୍ୟ ତାଙ୍କୁ ଏହି ସିନେମାରେ ନେବାକୁ ସ୍ଥିର କରିଛନ୍ତି । ଏଥିରେ ଅକ୍ଷୟ ଜଣେ ଅଣ୍ଡରୱାର୍ଲ୍ଡ ଡନ୍ ଭୂମିକାରେ ନଜର ଆସିବେ। ତେବେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ,ଅକ୍ଷୟ ‘ପୃଥ୍ୱୀରାଜ୍’ ,’ଲକ୍ଷ୍ମୀ ବମ୍ବ୍’, ‘ଗୁଡ୍ ନ୍ୟୁଜ୍’, ‘ସୂର୍ଯ୍ୟବଂଶୀ’ ଓ ‘ବଚ୍ଚନ ପାଣ୍ଡେ’ ସିନେମାର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।
Comments are closed.