ଗାଁ ଭିତରକୁ ମାଡ଼ି ଆସୁଛି ସମୁଦ୍ର

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଲୋକେ। ଉଦୟକାଣି ଅଞ୍ଚଳର ଥିବା ୫ଟି ଗାଁରେ ଏବେ ମାଡ଼ି ଆସିଛି ସମୁଦ୍ର ଜୁଆର। ଏହି ଗାଁ ଗୁଡ଼ିକ ସମୁଦ୍ର କୂଳଠାରୁ ୨୦୦ ମିଟର ଦୂରରେ ରହିଛି। ସମୁଦ୍ର ଜୁଆର ଚାଷ ଜମିରେ ପଶିବା ଯୋଗୁ ବାଲି ଚରି ଯାଉଛି। ଏହାଫଳରେ ଚାଷ ବ୍ୟାପକ ପରିମାଣର କ୍ଷତି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସମୁଦ୍ର ମାଡି ଆସୁଥିବା ନେଇ ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ କିଆ ବାଡ ବ୍ୟବସ୍ଥା କରାଯାଇଥିଲେ ବି ଏହା କିଛି କାମ ଦେଉନାହିଁ।