Odisha Link
Bridging the Missing Links in Odisha

୫ ଗୁରୁତ୍ବପୂର୍ଣ୍ଣ ରାୟ ପାଇଁ ଗୋଗଇଙ୍କ ହାତରେ ମାତ୍ର ୮ ଦିନ ସମୟ

ନୂଆଦିଲ୍ଲୀ: ସୁପ୍ରିମକୋଟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଥିଲାବେଳେ, ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି ଜଷ୍ଟିସ୍‌ ଏସ୍‌ ଏ ବବଡେ। ଏହି ୮ ଦିନ ସମୟ ମଧ୍ୟରେ ଜଷ୍ଟିସ୍‌ ଗୋଗଇ ଧର୍ମଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ରାଜନୀତି କ୍ଷେତ୍ରରେ ୫ଟି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବାର ଅଛି। ଏହି ୫ଟି ରାୟ ମଧ୍ୟରେ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାର ରାୟ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହି ରାୟ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ପ୍ରଧାନ ବିଚାରପତି ଗୋଗଇ ରାଫେଲ ରା୍ୟର ପୁନଃ ସମୀକ୍ଷା ସଂକ୍ରାନ୍ତ ବିଭିନ୍ନ ଆବେଦନ ଉପରେ ମଧ୍ୟ ଚୂଡାନ୍ତ ରାୟ ଶୁଣାଇ ପାରନ୍ତି।

ସେହିପରି କେରଳର ସବରିମାଳା ମନ୍ଦିରକୁ ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ସଂକ୍ରାନ୍ତ ସୁପ୍ରିମକୋର୍ଟ ରାୟର ପୁନଃ ସମୀକ୍ଷା ପାଇଁ ହୋଇଥିବା ଆବେଦନର ଣୁଣାଣି କରି ଗୋଗଇ ରାୟ ଶୁଣାଇବେ। କଂଗ୍ରେସ ନେତା ରାହୁଲଗାନ୍ଧୀଙ୍କ ବିରୋଧରେ ବିଜେପି ନେତ୍ରୀ ମିନାକ୍ଷୀ ଲେଖିଙ୍କ ଦ୍ବାରା ହୋଇଥିବା ଅପରାଧିକ ଅଦାଲତ ଅବମାନନା ମାମଲାରେ ମଧ୍ୟ ପ୍ରଧାନ ବିଚାରପତି ଗୋଗଇ ରାୟ ଶୁଣାଇବେ। ଅର୍ଥଆଇନ ୨୦୧୭ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରି ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ଗଗୋଇ ଏହି ରାୟ ମଧ୍ୟ ଶୁଣାଇ ପାରନ୍ତି ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ଏବେ ଦୀପାବଳୀ ପାଇଁ ଛୁଟି ଅଛି। ଆସନ୍ତା ନଭେମ୍ବର ୪ ତାରିଖରେ କୋର୍ଟ ଖୋଲିବ। ଏହାପରେ କୋର୍ଟ ପୁଣି ଥରେ ନଭେମ୍ବର ୧୧ଓ ୧୨ ତାରିଖରେ ମଧ୍ୟ ଛୁଟି ରହିବ। ତେବେ ନଭେମ୍ବର ୧୭ ତାରିଖରେ ଗୋଗଇ ଅବସର ନେଉଥିବାରୁ ତାଙ୍କ ପାଖରେ ମୋଟ ୮ଟି କାର୍ଟ୍ୟ ଦିବସ ରହିଛି।

Comments are closed.