Odisha Link
Bridging the Missing Links in Odisha

ନିରଞ୍ଜନଙ୍କୁ ନେଇ ମତ ବଦଳାଇଲେ ନେତା, କହିଲେ ..

ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ମତ ବଦଳାଇଲେ ନିରଞ୍ଜନ ବିରୋଧୀ ନେତା। ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବା ଦରକାର ବୋଲି ୨ଦିନ ତଳେ କହିଥିବା ସନତ ଦାସ ଆଜି ତାଙ୍କ ମତ ବଦଳାଇଛନ୍ତି। ସେ ଗଣମାଧ୍ୟମରେ କହିଛନ୍ତି ଯେ, ଆମେ କେବେ ନିରଞ୍ଜନଙ୍କ ବିରୋଧରେ କହିନଥିଲୁ। ନିରଞ୍ଜନ ହେଉଛନ୍ତି ଭୀଷ୍ମ ପିତାମହ ଏବଂ ତାଙ୍କ ଆଶୀର୍ବାଦ ନେବାକୁ ଆସିଥିଲୁ ବୋଲି କହିଲେ ସନତ।

ଅପରପକ୍ଷେ ବିଶ୍ବଜିତ ଦାସ ଗଣମାଧ୍ୟମ ଭୁଲ୍‌ ତଥ୍ୟ ପ୍ରସାରଣ କରୁଛି ବୋଲି କହିଛନ୍ତି। ଆମେ କାହାକୁ ବିରୋଧ କରି ଏକାଠି ହୋଇ ନଥିଲୁ ବୋଲି ନହିଛନ୍ତି ବିଶ୍ବଜିତ।

Comments are closed.