Odisha Link
Bridging the Missing Links in Odisha

ଓଡ଼ିଶା ଛାଡିଦେବି: ସ୍ମିତାରାଣୀଙ୍କ ବାପା

ଯାଜପୁର: ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ନିଜକୁ ଅସୁରକ୍ଷିତ ମଣିଛନ୍ତି ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି, ଝିଅକୁ ହତ୍ୟା କରିଦେବା ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ପୁଅମାନେ ବାହାରେ ରହୁଛନ୍ତି। ତେଣୁ ମୁଁ ତାଙ୍କ ପାଖକୁ ପଳାଇବି। ଏଠି କାହା ପାଖରୁ ମୁଁ ନ୍ୟାୟ ପାଉ ନାହିଁ। ଥାନା କ’ଣ ରାଜନୀତିକ ଲୋକ କ’ଣ ମୁଁ କାହାଠୁ ବି ଆଶ୍ୱାସ ପାଉ ନାହିଁ। ତେଣୁ କାହା ଭରସାରେ ମୁଁ ଏଠି ରହିବି। ତାଙ୍କୁ ମଧ୍ୟ ହତ୍ୟା କରାଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି।
ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ରାଜ୍ୟ ଛାଡ଼ି ଦେବେ ବୋଲି ସଦାନନ୍ଦ କହିଛନ୍ତି। ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି, ଯେଉଁମାନେ ଏଥିରେ ସଂପୃକ୍ତ ସେମାନେ ପ୍ରତିଶୋଧ ନେଇପାରନ୍ତି ଏବଂ ତାଙ୍କୁ ମଧ୍ୟ ଆକ୍ରମଣ କରି ହତ୍ୟା କରିପାରନ୍ତି ବୋଲି ସଦାନନ୍ଦ ଆଶଙ୍କା ପ୍ରକାଶ କରିଛନ୍ତି। ଏହି କାରଣରୁ ସେ ଯାଜପୁର ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.