Odisha Link
Bridging the Missing Links in Odisha

ସାଙ୍ଗମାନେ ମାରି ଦେଲେ !

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗାଁରେ ଜଣେ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ଲକ୍ଷ୍ମୀକାନ୍ତ କଲେତ।
ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମୀକାନ୍ତ ଓ ତାଙ୍କ ସାଙ୍ଗମାନେ ଦାଦନ ଯିବାକୁ ଥିବାରୁ ଗତକାଲି ସେମାନେ ଏକ ଭୋଜିର ଆୟୋଜନ କରିଥିଲେ। ତେବେ ବିଳମ୍ୱିତ ରାତିରେ ଲକ୍ଷ୍ମୀକାନ୍ତଙ୍କ କ୍ଷତବିକ୍ଷତ ମୃତଦେହ ତାଙ୍କ ଘର ସାମ୍ନାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡ ଓ ବେକରେ ଗଭୀର କ୍ଷତ ଚିହ୍ନ ରହିଥିଲା। ଲକ୍ଷ୍ମୀକାନ୍ତଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଝାରବନ୍ଧ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Comments are closed.