‘ବାଲା’ ସିନେମା ଉପରେ କପି ରାଇଟସ ଏତଲା
ମୁମ୍ବାଇ : ବଲିଉଡରେ ଏବେ ସିନେମାକୁ ନେଇ ଛକାପଞ୍ଝା ଚାଲିଛି । କପି ରାଇଟସକୁ ନେଇ ପ୍ରଯୋଜକଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ । ‘ଉଜଡା ଚମନ୍’ ସିନେମାର ନିର୍ଦେଶକ ଅଭିଷେକ ପାଠକ ‘ବାଲା’ ସିନେମାର ପ୍ରଯୋଜକ ଙ୍କ ଉପରେ ଏକ ପିଟିସନ୍ ଦାୟର୍ କରିଛନ୍ତି। ‘ବାଲା’ ସିନେମାର ପ୍ରଯୋଜକ କପି ରାଇଟସ ରୁଲକୁ ଉଲ୍ଲଙ୍ଘନ କରିଛନ୍ତି। ସିନେମା‘ବାଲା’କୁ ନେଇ ଉଠିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଁଞ୍ଚିଯାଇଛି । ‘ଉଜଡା ଚମନ୍’ ସିନନେମାର ନିର୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ‘ବାଲା’ ସିନେମା ମୁକ୍ତିଲାଭକୁ ରୋକିବା ପାଇଁ ଏକ ପିଟିସନ୍ ଦାୟର୍ କରିଛନ୍ତି। ସେ ପିଟିସନ୍ରେ ଲେଖିଛନ୍ତି, ‘ବାଲା’ ସିନେମାର ପ୍ରଯୋଜକ ଦିନେଶ ବିଜାନ୍ କପି ରାଇଟସ୍ର ଉଲ୍ଲଙ୍ଘନ କରିଛନ୍ତି । ଏହି ମାମଲା ପ୍ରସଙ୍ଗରେ ୪ ନଭେମ୍ୱରରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ। ସୂଚନାଯୋଗ୍ୟ, ସିନେମା ‘ଉଜଡା ଚମନ୍’ର ନିର୍ମାତା ‘ବାଲା’ ସିନେମା ଉପରେ କପି ରାଇଟସ୍ ଉଲ୍ଲଙ୍ଘନର ଅଭିଯୋଗ ଲଗାଇଛନ୍ତି। ନିର୍ମାତାଙ୍କ କହିବା ଅନୁସାରେ କନ୍ନଡ ସିନେମା ‘ଓନଓୁ ମୋଟେୟେ କାଥେ’ର ରିମେକ୍ ହେଉଛି ‘ଉଜଡା ଚମନ୍’। ତାଙ୍କ ପାଖରେ ଓରିଜିନାଲ୍ ସିନେମାର କପି ରାଇଟ୍ ରହିଛି । ସେ ଏକ ଖବରକାଗଜକୁ ସାକ୍ଷାତକାରରେ କହିଛନ୍ତି ଯେ, ଏହି ସିନେମାର କାହାଣୀ ଆମକୁ ମିଳିଥିଲା। ଓ ଏହାର ଆମେ ହିନ୍ଦୀ ରିମେକ୍ କରିବୁ ବୋଲି ଆଶା ବାନ୍ଧିଥିଲୁ। ତେଣୁ ଏଥିରେ ରୋକ୍ ଲାଗିବା ଦରକାର। ଅମର କୌଶିକଙ୍କ ନିର୍ଦେଶିତ ଏହି ସିନେମାଟି ନଭେମ୍ବର ୭ରେପରଦାକୁ ଆସିବ।
Comments are closed.