Odisha Link
Bridging the Missing Links in Odisha

ବଲିଉଡରେ ପ୍ରେମ୍ ଆନନ୍ଦ, ନଭେମ୍ବର ୪ରେ ‘ଲଭ୍ ୟୁଟର୍ଣ୍ଣ’ର ମ୍ୟୁଜିକ୍ ରିଲିଜ୍

ଭୁବନେଶ୍ବର : ଓଲିଉଡର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଅନେକ ହିଟ ଗୀତ ଦେଇଛନ୍ତି । ସେ ଅନେକ ସୁମଧୁର ଗୀତକୁନିର୍ଦ୍ଦେଶନା ଦେଇ ଦର୍ଶକଙ୍କ ମନ କିଣି ନେଇଛନ୍ତି । ପ୍ରେମ୍ ବଲିଉଡର ଏକ ସିନେମାରେ ସଙ୍ଗୀତ ନିର୍ଦ୍ଦେନା ଦେଇଛନ୍ତି । ସିନେମାଟିର ନାଁ ‘ଲଭ୍ ୟୁ ଟର୍ଣ୍ଣ ।ଏହା ତାଙ୍କର ଦ୍ବିତୀୟ ହିନ୍ଦୀ ସିନେମା ଯାହା ବଲିଉଡରେ ମୁକ୍ତି ଲାଭ କରିବାକୁ ଯାଉଛି । ସିନେମାଟିକୁ ହରିଳ ରାୱତ୍ ନିର୍ଦ୍ଦେଶିନା ଦେଇଛନ୍ତି ଓ ଏହା ଆସନ୍ତା ନଭେମ୍ବର୨୨ ତାରିଖରେ ସର୍ବଭାରତୀୟସ୍ତରରେ ମୁକ୍ତି ଲାଭ କରିବ । ତା ପୂର୍ବରୁ ମୁମ୍ବାଇରେ ସିନେମାର ମ୍ୟୁଜିକ୍ ଓ ଟ୍ରେଲର ରିଲିଜ ହେବ । ପ୍ରେମା ଆନନ୍ଦ ଏହି ସିନେମାରେ ୨ଟି ଗୀତର ନିର୍ଦ୍ଦେଶନା ଦେଇଛନ୍ତି । ସିନେମାରେ ପ୍ରେମା ଆନନ୍ଦ ସହ ୨ଜଣ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି । ଏହା ପୂର୍ବରୁ ପ୍ରେମା ନନ୍ଦ ୨୦୧୯ରେ ହିନ୍ଦୀ ସିନେମା ଦେଖ୍‌ ଭାଇ ଦେଖ୍‌ ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତେଣୁ ଆଗାମୀ ସିିନେମାକୁ ନେଇ ପ୍ରେମ ଆନନ୍ଦ ଓ ତାଙ୍କ ଶୁଭେଚ୍ଛୁ, ସାଥୀ, ପ୍ରଶଂସକ ବହୁ ଉତ୍ସାହିତ ଅଛନ୍ତି। ଗାଁ ଡ୍ରାମାରୁ ଆରମ୍ଭ କରି ଓଡ଼ିଆ ଯାତ୍ରା, କ୍ୟାସେଟ୍‌, ଆଲ୍‌ବମ୍‌, ଚଳଚ୍ଚିତ୍ର, ଧାରାବାହିକ, ରିଆଲିଟି ସୋ ସମେତ ମରାଠୀ ସିନେମା ସର୍ଟକର୍ଟ, ବଙ୍ଗଳା ସିନେମା କିଲର୍‌ କ୍ରିଷ୍ଣା ଏବଂ ପ୍ରେମୀ ରେ ତାଙ୍କର ସଙ୍ଗୀତର ଛାପ ଅନନ୍ୟ ଓ ଅନୁପମ। ଜାତୀୟସ୍ତରରେ ସେ ନିଜ ଦକ୍ଷତା ଦେଖାଇଥିବାବେଳେ ତାଙ୍କୁ ନେଇ ସମଗ୍ର ଓଡ଼ିଆ ଆଜି ଗର୍ବିତ।

Comments are closed.