Odisha Link
Bridging the Missing Links in Odisha

ମହରାଷ୍ଟ୍ର ରାଜନୀତି: ସଞ୍ଜୟ ହେଉଛନ୍ତି ବେତାଳ, ଏଭଳି ଚିତ୍ରଣ କଲା..

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ କ୍ଷମତା ଯୁଦ୍ଧ ଥମିବାର ନାମ ଧରୁନି। ଦିନକୁ ଦିନ ବଢ଼ିଚାଲିଛି ସମସ୍ୟା ହେଲେ ସମାଧାନର ବାଟ ଫିଟୁନି। କିଛିଦିନ ତଳେ ଶିବସେନା ଦ୍ୱାରା ପରିଚାଳିତ ମରାଠୀ ଦୈନିକ ଖବରକାଗଜ ତାର ସମ୍ପାଦକୀୟ ପୃଷ୍ଠାରେ ବିଜେପିର ରାଷ୍ଟ୍ରପତି ଶାସନକୁ ନେଇ ବିଜେପିକୁ କଟାକ୍ଷ କରିଥିଲା। ଏହଭିଳି ‘ସାମ୍ନା’ ନିଜର କାର୍ଟୁନ୍ କଟାକ୍ଷ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ହେଲେ ଏବେ ସେହି ଖବରକାଗଜର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ କଟାକ୍ଷ କରିଛି ଆଉ ଏକ ମରାଠୀ ଦୈନିକ ଖବର କାଗଜ ‘ତରୁଣ ଭାରତ’। ବିଜେପି-ଶିବସେନା ମେଣ୍ଟରେ ଫାଟ ପାଇଁ ସଞ୍ଜୟଙ୍କୁ ଦାୟୀ କରିଛି। ଏଥିସହ ସଞ୍ଜୟ ରାଉତଙ୍କୁ ‘ବେତାଳ’ ସହ ତୁଳନା କରିଛି।

ବିଜେପି-ଶିବସେନା ମେଣ୍ଟକୁ ନେଇ ‘ତରୁଣ ଭାରତ’ ଏକ ସମ୍ପାଦକୀୟ ଲେଖିଛି। ଯାହାର ଶୀର୍ଷକ ରହିଛି ‘ଉଦ୍ଧବ ଏବଂ ବେତାଳ’। ବାଲସାହେବ ଠାକରେ ତାଙ୍କ ଜୀବନକାଳ ଭିତରେ ଏନସିପି ଓ କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ‘ବେତାଳ’ ଏବେ ଏନସିପି ଓ କଂଗ୍ରେସର ସ୍ୱପ୍ନକୁ ପୂରଣ କରିବାକୁ ଯାଉଛନ୍ତି ବୋଲି ‘ତରୁଣ ଭାରତ’ରେ ସମ୍ପାଦକୀୟ ଲେଖିଛି।

ସଞ୍ଜୟ ନାମ ହେଉଛି ମହାଭାରତର ଏଭଳି ଜଣେ ଚରିତ୍ର, ଯିଏ ପାଣ୍ଡବ ଏବଂ କୌରବଙ୍କ ଯୁଦ୍ଧ ବାବଦରେ ଅନ୍ଧ ରାଜା ଧ୍ରୁତରାଷ୍ଟ୍ରଙ୍କୁ ସମସ୍ତ ସୂଚନା ଦେଉଥିଲେ। ଯାହାକି ବହୁତ ଭଲ ପରାମର୍ଶ ଏବଂ ମନ୍ତବ୍ୟ ଥିଲା। ହେଲେ ଏହି ସଞ୍ଜୟ(ଶିବସେନା) ବିଜେପି ସହ ମେଣ୍ଟ ଭାଙ୍ଗିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ଏଥିସହ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ମନ୍ଦ ପରାମର୍ଶ ଦେଉଛନ୍ତି ବୋଲି ‘ତରୁଣ ଭାରତ’ ଦର୍ଶାଇଛି।

Comments are closed.