ପରିବେଶ ବାତାନୁକୂଳ ହାଇଡ୍ରୋ ପ୍ରୋଜେକ୍ଟ ତ୍ୱରାନ୍ୱିତ ଦିଗରେ ପଦକ୍ଷେପ ନିଆଯାଉ: କ୍ୟାପ୍ଟେନ୍ ମିଶ୍ର

ଭୁବନେଶ୍ବର: ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଖାରବେଳ ଭବନ, ଶକ୍ତି ବିଭାଗ କାର୍ଯ୍ୟାଳୟଠାରେ ସମୀକ୍ଷା କରି ପରିବେଶ ବାତାନୁକୂଳମାଧ୍ୟମରେ ହାଇଡ୍ରୋ ପ୍ରୋଜେକ୍ଟ ଗୁଡ଼ିକୁ ତ୍ୱରାନ୍ୱିତ କରାଯାଇଏହାର କ୍ଷମତା ବୃଦ୍ଧି କରାଗଲେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଉନ୍ନତି ହୋଇ ପାରିବ ବୋଲି ଜଣାଇଥିଲେ। ଫନୀ ସମୟରେ ବିଦ୍ୟୁତ ବିଭାଗର ଅନେକ କ୍ଷୟକ୍ଷତି ହୋଇଥିଲା, ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ଭାବରେ ବିଦ୍ୟୁତ ସଂଯୋଗ କରାଯାଇ ପ୍ରାଥମିକତା ଭିତ୍ତିରେ ବିଦ୍ୟୁତି ସେବା ଯୋଗଗାଇ ଦିଆଯାଇଥିଲା।
ସେହି କାରଣ ଯୋଗୁଁ ବିଦ୍ୟୁତ ବିଭାଗ ପ୍ରଶଂସାର ପାତ୍ର ହୋଇ ପାରିଥିଲା। ପର୍ଯ୍ୟାୟକ୍ରମେ ଅସ୍ଥାୟୀ ସଂଯୋଗକୁ ସ୍ଥାୟୀ ସଂଯୋଗ ଦିଆଯାଇଛି। ଫନିର ପୁନରୁଦ୍ଧାର ସକାଶେ ରହିଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଯୋଗାଯୋଗ କରାଯାଇ ବଳକା କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଶକ୍ତି ବିଭାଗୀୟ କମିଶନର ତଥା ଶାସନ ସଚିବ ବିଷ୍ଣୁ ପଦ ସେଠୀ, ଅତିରିକ୍ତ କମିଶନର ପ୍ରଦୀପ୍ତ କିଶୋର ଶତପଥୀ, ସ୍ୱତନ୍ତ୍ର ସଚିବ ସଂଗ୍ରାମ ସ୍ୱାଇଁ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।