Odisha Link
Bridging the Missing Links in Odisha

ଏକକ ପ୍ରଶ୍ନପତ୍ର ତ୍ରୁଟି ବିଚ୍ୟୁତି ପ୍ରସଙ୍ଗ: ତ୍ରୁଟି ସୁଧାରି ଦିଆଯାଇଛି-ସମୀର

ଭୁବନେଶ୍ବର: ଏକକ ପ୍ରଶ୍ନ ପତ୍ରରେ ଦେଖା ଯାଇଥିବା ତ୍ରୁଟି ବିଚ୍ୟୁତି ସଂପର୍କରେ ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣିଶକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପିଡି, ଓେପପାଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟୟରେ ପ୍ରଶ୍ନପତ୍ର ବଣ୍ଟନରେ ସାମାନ୍ୟ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦିନମାନଙ୍କରେ ଏହି ତ୍ରୁଟିକୁ ସୁଧାରି ଦିଆଯାଇଛି ଏବଂ ୩୦୯୬୪୬୧୩ଟି ପ୍ରଶ୍ନପତ୍ର ବିଭିନ୍ନ ବିଦ୍ୟାଳୟମାନଙ୍କରେ ବିତରଣ କରାଯାଇଇଛି।

ଏହି ପରି ଏକକ ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବା ପାଇଁ ଏବଂ ଭବିଷ୍ୟତରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପୁଙ୍ଖାନୁ ପୁଙ୍ଖ ଅନୁସନ୍ଧାନ କରିବା ପାଇଁ ସ୍ଥିର କରାଯାଇଛି। ୧୫ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ଏମ୍‌.ଏଲ୍‌.ଇ ପ୍ରଶ୍ନ ପତ୍ର ମଧ୍ୟ ପ୍ରସ୍ତୁତି କରାଯିବା ପାଇଁ ସ୍ଥିର କରାଯାଇଛି।

ଏହି ବୈଠକରେ ଓପେପାର ଏସ୍‌ପିଡି, ସ୍ୱତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ, ଏସ୍‌ଇଆର୍‌ଟିର ନିର୍ଦ୍ଦେଶକ ଗଙ୍ଗାଧାର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.