Odisha Link
Bridging the Missing Links in Odisha

ଆଜିଠାରୁ ଦିଲ୍ଲୀରେ ଲାଗୁ ହେଲା ଅଡ୍-ଇଭେନ୍ ଫର୍ମୁଲା, ସାଇକେଲ ଚଲାଇଲେ ନେତା

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏପରିକି ପ୍ରଶ୍ବାସ ନେବାକୁ ଶୁଦ୍ଧ ବାୟୁ ଖୋଜୁଛନ୍ତି ଦିଲ୍ଲୀବାସୀ। ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ିବା ହେତୁ ଆଜିଠାରୁ ଦିଲ୍ଲୀରେ ଲାଗୁ ହୋଇଛି ଅଡ୍-ଇଭିନ୍ ଫର୍ମୁଲା। ରାସ୍ତାରେ କମ୍ ଗାଡ଼ି ଗଡ଼ିଲେ ଅଳ୍ପ ଧୂଆଁ ବାହାରିବ ଓ ପ୍ରଦୂଷଣ ସାମାନ୍ୟ କମିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସରକାର ଆଶା ରଖିଛନ୍ତି।

ଅଡ୍-ଇଭିନ୍ ସ୍କିମ୍ ଅନୁଯାୟୀ ଆପଣଙ୍କ ଗାଡ଼ିର ନମ୍ବରର ପ୍ରଥମ ଅଙ୍କ ୨, ୪, ୬, ୮, ୦ ହୋଇଥିଲେ ଆପଣ ୪, ୬, ୮, ୧୦, ୧୨ ତାରିଖରେ ଦିଲ୍ଲୀ ସଡ଼କରେ ଗାଡ଼ି ଚଳାଇ ପାରିବେ। ଏହାକୁ ନମାନିଲେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ସେହିପରି ଗାଡ଼ିର ନମ୍ବରର ପ୍ରଥମ ଅଙ୍କ ୧, ୩, ୫, ୭, ୯ ହୋଇଥିଲେ ୫, ୭, ୯, ୧୧, ୧୩ ଓ ୧୫ ତାରିଖରେ ଗାଡ଼ି ଚଳାଇପାରିବେ। ଆଜିଠୁ ଏହି ନିୟମ ଆସନ୍ତା ୧୫ ତାରିଖ ଯାଏଁ ବଳବତ୍ତର ରହିବ । ସକାଳ ୮ଟାରୁ ରାତି ୮ଟା ଯାଏ ସ୍କିମ୍ ଲାଗୁ ହେବ। ନିୟମ ଉଲ୍ଲଂଘନ କଲେ ୪ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ସୂଚନାଥାଉକି, ପୂର୍ବରୁ ଏହି ଜୋରିମାନାର ପରିମାଣ ୨ ହଜାର ଥିଲା। ତେବେ ଏହି ବ୍ୟବସ୍ଥାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ମୁଖ୍ୟବିଚାରପତି, ୟୁପିଏସ୍ସି ଚେୟାରମ୍ୟାନଙ୍କ ଭଳି ଭିଭିଆଇପିଙ୍କୁ ବାଦ ଦିଆଯାଇଛି । ସେହିପରି ମହିଳା କିମ୍ବା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି ଗୁଡ଼ିକ ପାଇଁ ଏହି ନିୟମ କୋହଳ କରାଯାଇଛି। ଦିଲ୍ଲୀରେ ଚାଲୁଥିବା ସମସ୍ତ ଗାଡ଼ି ଏବଂ ବାହାର ରାଜ୍ୟରୁ ଦିଲ୍ଲୀକୁ ଯାଉଥିବା ସମସ୍ତ ଗାଡ଼ି ଉପରେ ଏହି ଅଡ୍-ଇଭିନ ଫର୍ମୁଲା ଲାଗୁ ହେବ। ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଦିଲ୍ଲୀର କେଜ୍ରିୱାଲ ସରକାର ଏହି ନିୟମ ଲାଗୁ କରିଥିଲେ।

ଦିଲ୍ଳୀରେ ଅଡ ଇଭିନ ଫର୍ମୁଲା ଲାଗୁ ହେବା ପରେ ନେତା ଓ ମନ୍ତ୍ରୀ ଏହି ମାନିଥିବା ଚଳାଇଥିବା ଦେଖିବାକୁ ମିଳିଛି । ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆ ସାଇକେଲ ଚଳାଇ ତାଙ୍କ କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାଥୀ ମନ୍ତ୍ରୀଙ୍କ ସହ କାଯ୍ୟାଳୟକୁ ଯାଇଛନ୍ତି । ଅଡ ଇଭିନ ଫର୍ମୁଲା ନେଇ ମନୀଷ ଶିଶୋଦିଆ କହିଛନ୍ତି ଏହି ସମସ୍ୟା କେବଳ ଦିଲ୍ଲୀର ନୁହେଁ । ବରଂ ପୁରା ଉତ୍ତର ଭାରତର । ତେଣୁ ଏହାକୁ କମ୍ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ।

Comments are closed.