Odisha Link
Bridging the Missing Links in Odisha

ଶ୍ରୀନଗରରେ ଗ୍ରେନେଡ ପକାଇଲେ ଆତଙ୍କବାଦୀ, ୨୦ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଆଜି ପ୍ରଥମ ଥର ଶ୍ରୀନଗରରେ ଆତଙ୍କୀ ହମଲା ହୋଇଛି। ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଲାଲଚୌକ ନିକଟରେ ଥିବା ହରି ସିଂହ ଷ୍ଟ୍ରିଟ୍ ସାଧାରଣତଃ ଜନଗହଳିପୂର୍ଣ୍ଣ ରହିଥାଏ। ସୁରକ୍ଷାକର୍ମୀ ମଧ୍ୟ ଏହି ବଜାରରେ ମୁତ୍ତୟନ ରହିଥାନ୍ତି। ଯବାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀ ମାନେ ଗ୍ରେନେଡ ଫିଙ୍ଗିଥିଲେ ବୋଲି ସୂଚନା ରହିଛି। ହେଲେ ଗ୍ରେନେଡ ରାସ୍ତାର ଗୋଟିଏ କଡ଼ରେ ପଡ଼ିଥିଲା। ଫଳରେ ଜଣେ ସଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

ସୁରକ୍ଷାକର୍ମୀମାନ ଏବେ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗ୍ରେନେଡ ପଡ଼ିବା ପରେ ବଜାରରେ ଉପସ୍ଥିତ ଥିବା ଲୋକମାନେ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ ଦଳଚକଟା ହୋଇଥିବାରୁ ଅନେକ ଆହତ ହୋଇଥିବା ସୂଚନା ରହିଛି। ଗତ ସପ୍ତାହରେ ମଧ୍ୟ ଆତଙ୍କବାଦୀ ଉତ୍ତର କଶ୍ମୀରର ଶୋପର ଜିଲ୍ଲାରେ ଗ୍ରେନେଡ ଆକ୍ରମଣ କରିଥିଲେ। ଏଥିରେ ୨୦ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।

Comments are closed.