Odisha Link
Bridging the Missing Links in Odisha

ଏହିସବୁ ଷ୍ଟାର ଟିକ୍‌ଟକ୍‌ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି

ଭୁବନେଶ୍ବର : ସମସ୍ତେ ଟିକ୍‌ଟକ୍‌ ର ମାୟାରେ ବାୟା । ଯାହାକୁ ଦେଖିବ ଟିକ୍ ଟକ୍ ରେ ନିଜ ଭିଡିଓ ଅପଲୋଡ କରିବାରେ ବ୍ୟସ୍ତ । ଟିକ୍‌ଟକ୍‌ ଦ୍ବାରା ନିଜର ଲୁଚି ରହିଥିବା ପ୍ରତିଭାକୁ ସମସ୍ତେ ପ୍ରକାଶିତ କରିପାରୁଛନ୍ତି । ସ୍ମାର୍ଟଫୋନ ଯୋଗୁଁ ପ୍ରାୟତଃ ସମସ୍ତେ ଏହି ଟିକ୍‌ଟକ୍‌ ନିଶାରେ ବୁଡି ରହିଛନ୍ତି। ଏହି ଟିକ୍‌ଟକ୍‌ ଦ୍ବାରା ଅନେକ ସାଧାରଣ ଲୋକ ଷ୍ଟାର ପାଲଟି ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି। ସେମାନେ ମାସକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି।


ଆସନ୍ତୁ ଜାଣବା, ଟିକ୍‌ଟକ୍‌ ଷ୍ଟାରମାନେ ମାସକୁ କେତେ ଟଙ୍କା ରୋଜଗାର କରୁଛନ୍ତି
ଗରିମା ୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ , ଅଭନୀତ କୌର ମାସକୁ ୨.୫ ଲକ୍ଷ ,ଫୈଜଲ ମାସକୁ ୧ ଲକ୍ଷରୁଉର୍ଦ୍ଧ୍ୱ ଓ ହସନୈନ ମାସକୁ ୨ ଲକ୍ଷ ,ଅଂଶିକା ମାସକୁ ୧.୩ ଲକ୍ଷ, ମଞ୍ଜୁଲା ୧.୭ ଲକ୍ଷ, ଜନ୍ନତ ଜୁବେର ୨.୭ ଲକ୍ଷ ରୋଜଗାର କରୁଛନ୍ତି। ଏମାନେ ଭିଡିଓ ବନାଇବା ସମୟରେ ନିଜର ଧ୍ୟାନ ରଖିବା ସହିତ ସତର୍କତା ଅବଲମ୍ବନ କରନ୍ତି । ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଏମାନେ ସେଲିବ୍ରିଟି ବୋଲି ଏତେ ଟଙ୍କା ରୋଜଗାର କରିପାରୁଛନ୍ତି। କିନ୍ତୁ ସେମାଙ୍କୁ ଦେଖି ଟିକ୍‌ଟକ୍‌ ବନାଉଥିବା ଲୋକମାନେ କିଛି ଧ୍ୟାନ ସତର୍କ ଅବଲମ୍ବନ କରୁନାହାଁନ୍ତି ଯାହା ଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ।

Comments are closed.