ମନ୍ଦିର ପରିସରରେ ନିର୍ମମ ହତ୍ୟା

ନୟାଗଡ଼: ନୟାଗଡ଼ ଗଣିଆ ଥାନା କଳାପାଟ ମନ୍ଦିରରେ ଘଟିଛି ଏହି ଘଟଣା। ମୃତକ ହେଲେ ଛାମୁଣ୍ଡିଆ ଗାଁର ଗୟା ବାରିକ। ମନ୍ଦିର ପିଣ୍ଡିରେ ଶୋଇଥିବା ସମୟରେ କେହି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଗୟାଙ୍କ ମୁହଁ ଏବଂ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି।
ଗୟା ଗାଁରେ ସେଲୁନ କରି ଚଳନ୍ତି। ତାଙ୍କର ଦୁଇଟି ପୁଅ। ବଡ ପୁଅ ତା ପରିବାର ସହିତ ଅଲଗା ରହୁଥିବା ବେଳେ ସାନ ପୁଅ ତାଙ୍କ ପାଖରେ ରହୁଛି। ତେବେ ବିଭିନ୍ନ ସମୟରେ ସାନ ପୁଅ ସହିତ ଗୟାଙ୍କ ଝଗଡା ହୋଇଥାଏ। ଗତକାଲି ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଗୟା ଚଦର, କମ୍ବଳ ଇତ୍ୟାଦି ଧରି ଘରୁ ରାଗରେ ଚାଲିଆସିଥିଲେ। ଆଜି ସକାଳେ ମନ୍ଦିର ବାରଣ୍ଡାରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୟାଙ୍କ ସାନ ପୁଅକୁ ପୋଲିସ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରୁଛି। ଅଧିକ ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ୍ ଟିମକୁ ଡକାଯାଇଛି।
Comments are closed.