Odisha Link
Bridging the Missing Links in Odisha

ଏସଡିଜେଏମ୍ କୋର୍ଟରେ ହାଜର ହେଲେ ପ୍ରମୋଦ

କେନ୍ଦ୍ରାପଡ଼ା: ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି। ପ୍ରମୋଦଙ୍କୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। କେନ୍ଦ୍ରାପଡା ପୁଲିସ ରବିବାର ବିଳମ୍ବିତ ରାତିରେ ପ୍ରମୋଦଙ୍କ ଟାଉନ୍ ଥାନା ଅନ୍ତର୍ଗତ ବଣିଆମାଳ ଘରୁ ଉଠାଇ ନେଇଥିଲା।
ରାତି ତମାମ ସହର ବାହାରେ କୌଣସି ଅଜ୍ଞାତ ସ୍ଥାନରେ ପୁଲିସ ପ୍ରମୋଦଙ୍କୁ ପଚରା ଉଚରା କରିଥିଲା। ପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବଡି ଭୋରରୁ କେନ୍ଦ୍ରାପଡା ମେଡିକାଲକୁ ଆଣିଥିଲା ପୁଲିସ। କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ଜଣେ ମହିଳା କର୍ମଚାରୀ ପ୍ରମୋଦଙ୍କ ବିରୁଦ୍ଧରେ କାର୍ଯ୍ୟକ୍ଷେତ୍ର ରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଅଭିଯୋଗ ପାଇବାର ୬ମାସ ପରେ ପୁଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି|

Comments are closed.