Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନିର୍ଦ୍ଦେଶ

ଭୁବନେଶ୍ୱର: ଆସିଲା ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ମଧ୍ୟବର୍ତ୍ତୀକାଳୀନ ରାୟ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଉକ୍ତ ରାୟରେ ସୁପ୍ରିମକୋର୍ଟ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ଲାଗି ନିର୍ଦ୍ଦେଶ। ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ଲାଗି ରହଣି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ। ୬୦ ହଜାର ଭକ୍ତଙ୍କ ଲାଗି ରହିବା ବନେ୍ଦାବସ୍ତ କରିବାକୁ ନିର୍ଦ୍ଦେଶ। ସହରର ନାଳନର୍ଦ୍ଧମା ପାଣି ପାଇଁ ଟି୍ରଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ କଲେଜ ପ୍ରତିଷ୍ଠା ନିର୍ଦ୍ଦେଶ। ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ କଲେଜ ପ୍ରତିଷ୍ଠା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.