ଏସିଡିଟିରୁ ବଞ୍ଚାଇବ ଜିରା ମିଶା ଗୁଡପାଣି

ଭୁବନେଶ୍ବର : ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି କେହି ଧ୍ୟାନ ଦେଇନଥାନ୍ତି । ଯାହା ଦେହ ଖରାପର କାରଣ ହୋଇଥାଏ । ସମୟ ଅନୁସାରେ ଖାଦ୍ୟ ଗ୍ରହଣ ନକଲେ ତାହା ଏସିଡିଟି ସୃଷ୍ଟି କରିବାର କାରଣ ମଧ୍ୟ ହୋଇପାରେ ।
ନିଜକୁ ସୁସ୍ଥ ରଖିବା ପାଇଁ ନିଜ ଦେହ ପ୍ରତି ଧ୍ୟାନ ଦେବା ନିତ୍ୟନ୍ତ ଆବଶ୍ୟକ, ତେଣୁ ପ୍ରତି ଦିନ ସକାଳୁ ଜିରା ସହ ଗୁଡ଼ପାଣି ପିଇଲେ ବହୁତ ଉପକାର ମିଳିଥାଏ। ଏହା ପାଚନକ୍ରିୟା ସ୍ବାଭାବିକ କରିବା ସହିତ ରକ୍ତହୀନତାରୁ ମଧ୍ୟ ମୁକ୍ତି ମିଳେ। ଆୟୁର୍ବେଦରେ ଉଲ୍ଲେଖ ରହିଛି କୋଲେଷ୍ଟରଲସ୍ତର ନିୟନ୍ତ୍ରିତ କରି ହାର୍ଟ ଆଟାକ୍ରୁ ମୁକ୍ତି ଦେଇଥାଏ । ଏହାର ପାଣିକୁ ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ପିଇଲେ କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ପେଟ ଦରଜ ଭଳି ସମସ୍ୟା ଦୂର ହୋଇଥାଏ। ମେଦବହୁଳତା କମେଇବା ପାଇଁ ଏହା ମଧ୍ୟ ଉପକାରିତା ହୋଇଥାଏ । କାମ ସହ ନିଜ ଶରୀରର ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ।