Odisha Link
Bridging the Missing Links in Odisha

ଏସସିବିରେ ୫ଟି ସଚିବ ଭି.କେ. ପାଣ୍ଡିଆନ

କଟକ: ଆଜି ଭୋର ୪ଟା ସମୟରେ ୫ଟି ସଚିବ ଏସସିବିକୁ ଗସ୍ତ କରିଥିଲେ। ୫ଟି ସଚିବଙ୍କ ସମେତ ସଚିବ କ୍ରୀଷନକୁମାର, ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଓ ଏନ.ଆର.ଏଚ.ଏମ ସାଲିନ ପଣ୍ଡିତ ମଧ୍ୟ ଏସସିବି ଗସ୍ତ କରିଛନ୍ତି।
ପ୍ରଥମେ ଏସସିବିର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ। ଏହାପରେ ଏସସିବିକୁ ଥିବା ରାସ୍ତା ଓ ପଡିଆକୁ ବୁଲି ଭିତ୍ତିଭୂମି ଓ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଏହାପରେ ଏସସିବିର ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ନେଇ ପ୍ରିନ୍ସପାଲ ଅଫିସ ପରିସରରେ ଏକ ବୈଠକ ହୋଇଥିଲା। ମେଡିକାଲର ଭିତ୍ତିଭୂମିର ଉନ୍ନତି ଲାଗି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଆଜି ଅପରାହ୍ନରେ ଭୁବନେଶ୍ବରରେ ଏସସିବି ସମ୍ପର୍କୀତ ବୈଠକ ହେବ ବୋଲି ସୂଚନା ମିଳିଛି ।

Comments are closed.