ସରକାର ବିକିବେ ପିଆଜ

ଭୁବନେଶ୍ବର: ଏଣିକି ପିଆଜ ବିକିବେ ସରକାର। ଦେଶ ସମେତ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ। ଅହେତୁକ ମୂଲ୍ୟ ବୃଦ୍ଧି ଘଟିଥିବାରୁ ସୁଲଭ ଦରରେ ପିଆଜ ଯୋଗଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଖାଉଟିଙ୍କୁ ପିଆଜ ଯୋଗାଇବେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଯୋଗାଣ ବିଭାଗ ଅତିରିକ୍ତ ସଚିବ।
ସୁଲଭ ମୂଲ୍ୟ ଦୋକାନ, ମୈତ୍ରୀ ଦୋକାନ ଖୋଲି ପିଆଜ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସଚିବ। ବିନା ଲାଭ କ୍ଷତିରେ କିଣା ଦରରେ ପିଆଜ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ। ବିଭିନ୍ନ କାରଣରୁ ଏବେ ରାଜ୍ୟରେ ପିଆଜ ଦର ଆକାଶଛୁଆଁ ରହିଛି।