Odisha Link
Bridging the Missing Links in Odisha

ରାୟ ପାଇଁ ୩୦ ମିନିଟ୍‌ ନେବି: ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ଶନିବାର ପୂର୍ବାହ୍ନ ୧୦: ୩୦ ସମୟରେ ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟରେ ରାମ ଜନ୍ମଭୂମୀ- ବାବ୍ରି ମସ୍‌ଜିଦ୍‌ ଜମି ବିବାଦର ରାୟ ଶୁଣାଣି ଆରମ୍ଭ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପାଠ କରି ସେ କହିଲେ ଏ ରାୟ ସର୍ବସମ୍ମତ।

ସେ କହିଲେ, ଆଇନ ରାଜନୀତି, ଧର୍ମ ଓ ବିଶ୍ୱାସରୁ ପୃଥକ୍‌ ହୋଇ ଊର୍ଦ୍ଧ୍ୱରେ ରହିବ। ସମସ୍ତ ଧର୍ମବିଶ୍ୱସକୁ ନିରାପତ୍ତା ଦେବା ନିମନ୍ତେ ରାଷ୍ଟ୍ର ଦେଇଥିବା ପ୍ରତିଶ୍ରୁତିକୁ ଧର୍ମ ନିରପେକ୍ଷ ଅନୁଷ୍ଠାନ ହିସାବରେ ଅଦାଲତ ସମସ୍ତ ବିଶ୍ୱାସ ଏବଂ ଧର୍ମ ଏବଂ ଉପାସନା ସ୍ଥଳ ଆଇନକୁ ବଜାୟ ରଖିବ।

ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଥିବା ୫ଜଣ ଖଣ୍ଡପୀଠ ଅଯୋଧ୍ୟା ଶୁଣାଣି ଆରମ୍ଭ କରିଛନ୍ତି। ରାୟ ଶୁଣାଣି ପାଇଁ ୩୦ ମିନିଟି ନେବି ବୋଲି କହିଛନ୍ତି ମୁଖ୍ୟ ବିଚାରପତି। ଏଥିସହିତ ଖାଲିଜାଗାରେ ମସଜିଦ ତିଆରି ହୋଇନାହିଁ କିମ୍ବା ଇସ୍ଲାମିକ୍‌ ଢାଞ୍ଚା ଉପରେ ମସଜିଦ ହୋଇନାହିଁ । ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

Comments are closed.