Odisha Link
Bridging the Missing Links in Odisha

ସ୍ଥଳଭାଗ ମୁହାଁ ସାମୁଦ୍ରିକ ବାତ୍ୟା ବୁଲବୁଲ୍

ଭୁବନେଶ୍ବର: ଆଜି ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳର ମଝିଦେଇ ସ୍ଥଳ ଭାଗକୁ ପ୍ରବେଶ କରିବ। ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି କୁହାଯାଉଛି। ଏହି ସମୟରେ ପବନର ବେଗ ୧୧୦-୧୨୦ ରହିବ ଏବଂ ଗଷ୍ଟିଂ ୱିଣ୍ଡ ସ୍ପିଡ୍ ପ୍ରାୟ ୧୩୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ଓଡିଶା, ପଶ୍ଚିମବଙ୍ଗ, ମିଜୋରାମ, ତ୍ରିପୁରା ଆସାମ ଓ ମେଘାଳୟରେ ଦୁଇଦିନ ଧରି ବର୍ଷା ଲାଗି ରହିବ।
ବାତ୍ୟା ବୁଲବୁଲ ପାରାଦୀପ ଠାରୁ ୧୩୦ କିଲୋମିଟର ଦୂରରେ ରହିଛି। ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ଏହା ପାରାଦୀପ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି। ବାତ୍ୟା ବୁଲବୁଲ୍ ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ମୟୁରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବର୍ଷାର ପରିମାଣ ଅଧିକ ରହିବ। ଘଣ୍ଟା ପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ଫନି ଠାରୁ ବାତ୍ୟା ବୁଲବୁଲର ପ୍ରଭାବ କମ୍ ରହିବ ବୋଲି କହିଛି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରବନ ଡେଲଟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ୍। ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ । ଆଜି ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ୯ଟି ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା ହୋଇଛି।

Comments are closed.