ଅଯୋଧ୍ୟା ଶୁଣାଣିକୁ ସ୍ବାଗତ ଜଣାଇଲେ ମୋହନ ଭାଗବତ, କହିଲେ ଏପରି..

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହି ରାୟକୁ ସ୍ବାଗତ ଜଣାଇଛନ୍ତି। ଦୀର୍ଘ ଦଶନ୍ଧୀ ଧରି ଚାଲିଥିବା ଏହି ମାମଲାର ରାୟ ଶେଷରେ ଠିକ୍ ଆସିଛି ବୋଲି ସେ କହିଛନ୍ତି।
ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ‘ଆମେ ଏହି ରାୟକୁ ମାନିବୁ। ଶ୍ରୀରାମ ଜନ୍ମଭୂମି ସମ୍ବନ୍ଧରେ ସର୍ବୋଚ୍ଚ ନ୍ୟାୟାଳୟ ଦେଶର ଜନଭାବନା, ଆସ୍ଥା ଓ ଶ୍ରଦ୍ଧାକୁ ନ୍ୟାୟ ଦେଉଥିବା ନିର୍ଣ୍ଣୟ ଦେଇଛନ୍ତି। ଏବେ ଆମେ ଏହି ବିବାଦରେ ପୂର୍ଣ୍ଣଛେଦ ଟାଣିବା ଉଚିତ। ରାୟକୁ ଜୟ- ପରାଜୟ ଦୃଷ୍ଟିରେ ଦେଖିବା ଉଚିତ୍ ନୁହଁ । ସତ୍ୟ ଓ ନ୍ୟାୟର ମନ୍ଥନରୁ ପ୍ରାପ୍ତ ନିଷ୍କର୍ସକୁ ଭାରତର ସଂପୂର୍ଣ୍ଣ ସମାଜ ବନ୍ଧୁତା ସଂଦର୍ଭରେ ଏହାକୁ ଦେଖିବା ଉଚିତ୍ । ଏହାସହ ସେ ସେ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ବି ନିବେଦନ କରିଛନ୍ତି।
ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଶନ୍ଧି ଧରି ଚାଲିଥିବା ଲମ୍ବା ଆଇନଗତ ପ୍ରକ୍ରିୟା ପରେ ଏହା ବିଧି ସମ୍ମତ ଅନ୍ତିମ ନିର୍ଣ୍ଣୟ ହୋଇଛି। ଏହି ଲମ୍ବା ପ୍ରକ୍ରିୟାରେ ଶ୍ରୀରାମ ଜନ୍ମଭୂମି ସମ୍ବନ୍ଧିତ ସମସ୍ତ ଦିଗକୁ ତନ୍ନ ତନ୍ନ କରି ବିଚାର କରାଯାଇଛି। ଏବେ ଅତୀତକୁ ଭୁଲିଯାଇ ଆମେ ରାମ ମନ୍ଦିର ନିର୍ମାଣ ଲାଗି ଏକାଠି ହେବା ଆବଶ୍ୟକ।
Comments are closed.