Odisha Link
Bridging the Missing Links in Odisha

ସ୍ତ୍ରୀକୁ ପନିକିରେ ହାଣିଲା ସ୍ବାମୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା। ମୃତ ମହିଳା ୩୬ ବର୍ଷ ବୟସ୍କା ରୀନା ସାହୁ। ହତ୍ୟା ପରେ ସ୍ବାମୀ ଗୋଦାବରୀ ସାହୁ ଥାନାରେ ଆତ୍ମସମର୍ପଣ କରିଛି। ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ୩ ଝିଅ ଗୋଟିଏ ପୁଅ ଅଛନ୍ତି।
ପାରିବାରିକ କଳହକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ସ୍ତ୍ରୀର ଶବକୁ ଜବତ କରି ହତ୍ୟାକରୀ ସ୍ବାମୀକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ବଂଗୋମୁଣ୍ଡା ପୋଲିସ। ହତ୍ୟା ପରେ ଭାଲୁମୁଣ୍ଡା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।

Comments are closed.