Odisha Link
Bridging the Missing Links in Odisha

ପୁନର୍ବିଚାର କରିବାର ଯୋଜନା ନାହିଁ: ସୁନ୍ନି ୱାକ୍‌ଫ ବୋର୍ଡ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଚୂଡ଼ାନ୍ତ ଅଯୋଧ୍ୟା ରାୟ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଜାଫର ଅହମ୍ମଦ ଫାରୁକି। ସେ କହିଛନ୍ତି ଯେ, ଶନିବାର ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟକୁ ସ୍ୱାଗତ କରିଛନ୍ତି। ଏଥିସହ କହିଛନ୍ତି ଏହା ବିରୋଧରେ ରିଭ୍ୟୁ ଆବେଦନ କରିବା ଯୋଜନାରେ ନାହିଁ। ବର୍ତ୍ତମାନ ଏହି ରାୟକୁ ଟିକିନିଖି ପଢ଼ାଯାଉଛି। ଏହା ପରେ ଯାଇ ଆମେ ବିସ୍ତୃତ ବିବରଣୀ ଦେବୁ। ଯଦି କେହି ଓକିଲ ବା ଅନ୍ୟ ବ୍ୟକ୍ତି ଏହି ମାମଲାକୁ ଚ୍ୟାଲେଞ୍ଜ କରିବା କଥା କହୁଛନ୍ତି, ଏହାକୁ ଠିକ୍‌ ଭାବିବା ଉଚିତ ନୁହେଁ।

ଏଥିସହିତ ସେ କହିଛନ୍ତି ଯେ, “ମୁଁ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଭାବରେ ସ୍ପଷ୍ଟ କରିଦେବକୁ ଚାହେଁ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ କୌଣସି ରିଭ୍ୟୁ ବା ପୁର୍ନବିଚାର ଆବେଦନ କରିବ ନାହିଁ। ତେଣୁ କୌଣସି ବ୍ୟକ୍ତି, ଓକିଲ ବା କୌଣସି ସଂଗଠନ ଯଦି କହୁଛି ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ ରିଭ୍ୟୁ ଆବେଦନ କରିବ, ତାହା ଆମର ମତ ନୁହେଁ।”

ସୂଚନାଯୋଗ୍ୟ ଯେ, ରାୟ ଆସିବା ପରେ ପରେ ହିଁ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଓକିଲ ଜାଫରୟାବ୍‌ ଜିଲାନୀ କହିଥିଲେ, ଅଯୋଧ୍ୟା ରାୟରେ ଆମେ ସନ୍ତୁଷ୍ଟ ନୁହେଁ, ରିଭ୍ୟୁ ଆବେଦନ କଥା ଚିନ୍ତା କରିବୁ। ପରେ ଜିଲାନୀ ସ୍ପଷ୍ଟୀକରଣ ଦେଇଥିଲେ ସେ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡର ସମ୍ପାଦକ ଭାବେ ଏହି ମତ ଦେଇଥିଲେ, ସୁନ୍ନି ୱାକ୍‌ଫ ବୋର୍ଡର ଓକିଲ ଭାବେ ନୁହେଁ।

Comments are closed.