Odisha Link
Bridging the Missing Links in Odisha

ଅଯୋଧ୍ୟା ରାୟ ଶୁଣାଣି ପରେ ଏପରି କହିଲେ ଓୱେସି

ହାଇଦ୍ରାବାଦ: ଆଜି ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ରାୟ ଶୁଣାଣି ପରେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍‌ ଓୱେସି ଶନିବାର ଅଯୋଧ୍ୟା ରାୟକୁ ନେଇ ଅସନ୍ତୋଷ ଜାହିର କରିବା ସହ ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜେଏସ୍‌ ବର୍ମାଙ୍କୁ ଉଦ୍ଧୃତ କରି କହିଛନ୍ତି, ସୁପ୍ରିମ୍‌କୋର୍ଟ ‘ସୁପ୍ରିମ୍‌’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଓୱେସି ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଉକ୍ତିକୁ ବାରମ୍ବାର ଦୋହରାଇଛନ୍ତି। ଅଯୋଧ୍ୟା ରାୟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ମତ ଦେଇଛନ୍ତି।

ଓୱେସି କହିଛନ୍ତି, ଏହା ପ୍ରମାଣ ଉପରେ ଆସ୍ଥାର ବିଜୟ। ସେ ଏହା ପୂର୍ବରୁ ଏକ ଟ୍ୱିଟ୍‌ କରି ଉପରୋକ୍ତ ଉକ୍ତି ଲେଖାଥିବା ଏକ ବହିର ମଲାଟ ଅପ୍‌ଲୋଡ୍‌ କରିଥିଲେ। ତାଙ୍କ ପୂର୍ବରୁ ସୁନି ୱାକ୍‌ଫ ବୋର୍ଡର ଓକିଲ ଜଫରୟାବ୍‌ ଜିଲାନୀ ମଧ୍ୟ ରାୟକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ସେ ରିଭ୍ୟୁ ପାଇଁ ମଧ୍ୟ ଆବେଦନ କରିବାକୁ ବିଚାର କରିବେ ବୋଲି କହିଥିଲେ।

Comments are closed.