Odisha Link
Bridging the Missing Links in Odisha

‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ହାଉସ୍‌ଫୁଲ-୪ ସିନେ ପରଦାରେ ବେଶ ଧମାଲ କରିଛି । ସେ ଅନେକ ହିଟ୍ ସିନେମା ଦେଇଛନ୍ତି । ବଲିଉଡ଼ରେ ତାଙ୍କୁ ଖିଲାଡି ବୟ ନାଁରେ ଅନେକ ଲୋକ ଜାଣନ୍ତି । ଖିଲାଡି ବୟ ସିନେମା ସୂର୍ଯ୍ୟବଂଶୀର ଶୁଟିଂରେ ବ୍ୟସ୍ତ ଥିବା ସମୟରେ ବାଶୁ ଭଗନାନିଙ୍କ ଆଗାମୀ ପ୍ରୋଜେକ୍ଟରେ ସେ କାମ କରିବେ ବୋଲି ଶୁଣିବାକୁ ମିଳିଛି । ସିନେମାର ନା ‘ବେଲ୍‌ ବଟମ୍‌’ ରହିଛି । ସିନେମାର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଯାଇଛି ଓ ଏଥିରେ ଅକ୍ଷୟଙ୍କ ଅନ୍ୟ ଲୁକ୍‌ ଦେଖିବାକୁ ମିଳିଛି ।

ପୂର୍ବରୁ ଅକ୍ଷୟଙ୍କୁ ଏଭଳି ଅବତାରରେ କେବେ ଦେଖିବାକୁ ମିଳିନାହିଁ । ଅକ୍ଷୟ ଉକ୍ତ ସିନେମା ରେ ଥିବା ନିଜର ଫାଷ୍ଟ ଲୁକ୍‌କୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି । ରଞ୍ଜିତ ଏମ୍‌ ତିଓ୍ବାରିଙ୍କ ନିର୍ଦ୍ଦେଶିତ ଏହି ସିନେମା ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ଥ୍ରୀଲର ମଧ୍ୟ ରହିଛି । ସିନେମାଟି ୨୦୨୧ ଜାନୁୟାରୀ ୨୨ରେ ପରଦାକୁ ଆସିବ।

Comments are closed.