Odisha Link
Bridging the Missing Links in Odisha

ଦୁଷ୍କର୍ମର ପ୍ରମାଣ ନ ମିଳିବାରୁ ଅଭିଯୁକ୍ତ ଖଲାସ

ଭୁବନେଶ୍ୱର: ରାଜଧାନୀରୁ ଏକ ଭଡ଼ା କାରରେ ଯାଉଥିବା ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଫିଙ୍ଗି ଦେବା ଘଟଣାରେ ଏକ ନୂଆ ମୋଡ଼ ଆସିଛି। ପୀଡ଼ିତା ଜଣକ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଥିବାବେଳେ ପୁଲିସକୁ କିନ୍ତୁ ଦୁଷ୍କର୍ମ ସମ୍ପର୍କିତ କୌଣସି ପ୍ରମାଣ ମିଳିନାହିଁ। ଫଳରେ ଏହି ଘଟଣାରେ ଅଟକ ଉକ୍ତ କାରର ଡ୍ରାଇଭରଙ୍କୁ ଖଲାସ କରିଦିଆଯାଇଛି । ଗତ ୪ ଦିନ ହେଲା ପୁଲିସ କାର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା। ଗତ ୮ ତାରିଖ ଦିନ ଯୁବତୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଦୁଷ୍କର୍ମ ପରେ ତାଙ୍କୁ କାରରୁ ଖୋର୍ଦ୍ଧାରେ ଫିଙ୍ଗି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ।

ସୂଚନା ଅନୁଯାୟୀ,ଘଟଣା ଦିନ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ଗ୍ରାମ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଜଣେ ଯୁବତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କର ଶରୀର କ୍ଷତାକ୍ତ ହୋଇଥିବା ଓ ପିନ୍ଧା ପୋଷାକ ଏବଂ ଅନ୍ତଃବସ୍ତ୍ର ଚିରି ଯାଇଥିଲା। ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ୱରରେ କାମ କରୁଥିବା କହିଥିଲେ। ସେ ସବୁଦିନ ପରି ଆଜି ମଧ୍ୟ କାର୍ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ। ସେହି କାରରେ ୩ ଜଣ ବସିଥିଲେ। ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଞ୍ଚିବାକୁ ଚାହୁଁନଥିବା କହିଥିଲେ। ଏହି ଘଟଣାରେ ଗତ ୪ ଦିନ ହେଲା ପୁଲିସ କାର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା ।

Comments are closed.