Odisha Link
Bridging the Missing Links in Odisha

ଶେଷ କାର୍ତ୍ତିକ ସୋମବାର: ଧବଳେଶ୍ବରଙ୍କୁ ଲାଗି ହେଲା ଗଜଭୋଗ ଓ ତରଣ

ଆଠଗଡ଼: ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହେଲା ବାବାଙ୍କର ଅତି ପ୍ରିୟ ଗଜଭୋଗ ଓ ତରଣ। ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ପ୍ରସ୍ତୁତ ହୋଇଥିବା ଏହି ଭୋଗ ପାଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି। ବକ ପଞ୍ଚକର ଏହି ଶେଷ ପର୍ବ ପାଇଁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବେଶ୍ ଚଳଚଞ୍ଚଳ।
ନିର୍ଦ୍ଧାରିତ ନୀତି ଅନୁସାରେ ରାତ୍ର ଗୋଟାଏ ବେଳେ ମନ୍ଦିର ପହଡ଼ ଖୋଲାଯାଇ ମନ୍ଦିର ଶୋଧ କରାଯିବା ସହିତ ୧୦୮ ଗରା ପବିତ୍ର ଜଳରେ ବାବା ଙ୍କୁ ମହାସ୍ନାନ କରାଯାଇ ମଙ୍ଗଳ ଆଳତି,ମଇଲମ, ଆଦି ସମସ୍ତ ଆନୁଷଙ୍ଗିକ ନୀତି ସମ୍ପନ୍ନ ପରେ ଗଜଭୋଗ ଓ ତରଣ ଲାଗି କରାଯାଇଥିଲା। ଭୋଗ ଉଠିବା ପରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା।

Comments are closed.