Odisha Link
Bridging the Missing Links in Odisha

ମୋବାଇଲ ଫାଟି ଶ୍ରମିକଙ୍କ ମୃତ୍ୟୁ

ପାରାଦ୍ବୀପ: ମୋବାଇଲ ଫୋନ ଫାଟି ଜଣେ ଶ୍ରମିକଙ୍କ ମୄତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଠରବାଙ୍କି ସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ।
ସୂଚନା ମୁତାବକ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ପରିସରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ ଆସି କାମ କରୁଛନ୍ତି। ସେହିପରି ନୟାଗଡ ଜିଲ୍ଲାର ରଣ ପୁର ପଞ୍ଚାୟତର କୁନା ପ୍ରଧାନ ନାମକ ଶ୍ରମିକ ମଧ୍ୟ କାମ କରିବାକୁ ଆସିଥିଲେ ।
ତେବେ ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଫୋନଟିକୁ ଛାତି ଉପରେ ଥୋଇ ଦେଖୁଥିବା ସମୟରେ କୌଣସି କାରଣରୁ ମୋବାଇଲ ଫାଟି ଥିଲା ।ଘଟଣା ସ୍ଥଳରେ କୁନା ପ୍ରଧାନଙ୍କ ମୄତ୍ୟୁ ଘଟିଥିଲା। ତେବେ ପାରାଦୀପ ଆଦର୍ଶ ଥାନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Comments are closed.