Odisha Link
Bridging the Missing Links in Odisha

ଜାଳିଦେଲେ ଅଙ୍ଗନବାଡ଼ି କେନ୍ଦ୍ର

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଞ୍ଚଳର ଧୋବଶିଳା ପଞ୍ଚାୟତ ଅଧିନ ୧୧ ନମ୍ବର ୱାର୍ଡ ଅଧିନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଦୁର୍ବୁର୍ତ୍ତ ନିଆଁ ଲଗାଇଦେଇଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ର ବିବାଦରେ ଥିବାବେଳେ ଦୀର୍ଘ ଦେଢ଼ ବର୍ଷ ଧରି ବନ୍ଦ ରହିଛି।
ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାମବାସୀ ବିରୋଧ କରିବା ପରେ କର୍ମୀ ଓ ଗ୍ରାମବାସୀ ଦୁଇଟି ପୃଥକ ତାଲା ଝୁଲାଇଦେଇଥିଲେ। ଆଜି ସକାଳେ ଗ୍ରାମବାସୀ ଦେଖିବାବେଳକୁ କେନ୍ଦ୍ର ଭିତରେ ନିଆଁ ଜଳୁଥିବା ଦେଖିଥିଲେ।ଦମକଳ କେନ୍ଦ୍ରକୁ ଖବର ଦେବାକୁ ଫୋନ କରିବାରୁ ଏହା ଖରାପ ଥିଲା।ଏନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁସମୟ ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବାବେଳକୁ ସମସ୍ତ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିଲା।ତେବେ ଆକ୍ରୋଶ କାରଣରୁ କେହି ଦୁର୍ବୁର୍ତ୍ତ ନିଆଁ ଲଗାଇଦେଇଥିବା କୁହାଯାଇଛି।

Comments are closed.