ପୁଣି ଧାନ ବିଲରେ ନିଆଁ ଲଗାଇଲେ ଚାଷୀ

କଳାହାଣ୍ଡି: ରାଜ୍ୟର ବିଭିନ୍ନ ଜିଲ୍ଲାରେ ନଷ୍ଟ ଫସଲରେ ନିଆଁ ଲଗାଇ ଚାଷୀ ଦୃଷ୍ଟି ଆକର୍ଷଣର ପୁରୁଣା ଚିତ୍ରକୁ ଦୋହରାଇବା ଆରମ୍ଭ କରିଛନ୍ତି ଚାଷୀ।
କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକର କଣ୍ଡରେଇ ଗାଁ ଚାଷୀ ଖଗେଶ୍ବର ଭୋଇ ନିଜ ଚାଷ କରିଥିବା ୨ ଏକର ଜମିରେ ଚକଡା ରୋଗ ଦ୍ବାରା ନଷ୍ଟ ଧାନ ଫସଲରେ ନିଆଁ ଲଗାଇଛନ୍ତି। ଧାର କରଜ କରି ଫସଲରେ ଲାଗିଥିବା କୀଟ ପାଇଁ ଔଷଧ ସିଂଚନ ପରେ ବି କୌଣସି ସୁଫଳ ମିଳିନଥିଲା। କୃଷି ବିଭାଗକୁ କ୍ଷେତ୍ର ପରିଦର୍ଶନ ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ବେ କେହି ଆସି ନ ଥିଲେ ଏଣୁ ପ୍ରତିବାଦରେ ସେ ଧାନ ଫସଲରେ ନିଆଁ ଲଗାଇଛନ୍ତି।